ମୁମ୍ବାଇ ରାଜଭବନରେ ‘ମୋଦୀଜ୍ ମିଶନ୍’ ପୁସ୍ତକ ଉନ୍ମୋଚିତ

206

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ, ବିଚାର ଏବଂ କାର୍ଯ୍ୟଶୈଳୀ ଉପରେ ଆଧାରିତ ପୁସ୍ତକ ‘ମୋଦୀଜ୍ ମିଶନ’ ମୁମ୍ବାଇ ରାଜଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଯୋଗ ଦେଇଥିଲେ। ବିଶିଷ୍ଟ ଆଇନଜୀବୀ ଏବଂ ଲେଖକ ବର୍ଜିସ୍ ଦେଶାଇଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକଟି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଜୀବନକୁ ‘‘ଏକ ବିଚାରର କାହାଣୀ’’, ଜାତୀୟ ପୁନର୍ଜାଗରଣ ଏବଂ ଏକ ଆତ୍ମନିର୍ଭରଶୀଳ ଭାରତର ବିଚାର ରୂପେ ଉପସ୍ଥାପନ କରିଛି। ଲେଖକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ବିକଶିତ ଭାରତ ଗଠନର ଲକ୍ଷ୍ୟ ସାକାର କରିବାର ଏକ ଅଭିଯାନ ରୂପେ ବର୍ଣ୍ଣନା କରିଛନ୍ତି। ଶ୍ରୀ ଦେଶାଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ ନିଷ୍ପତ୍ତି ଏବଂ ଉଦ୍ଦେଶ୍ୟ ମାଧ୍ୟମରେ ପୂର୍ବରୁ ତାଙ୍କ ବିଷୟରେ ରହିଥିବା ପକ୍ଷପାତିତା ପୂର୍ଣ୍ଣ ଦୃଷ୍ଟିକୋଣ ଏବଂ ମିଥ୍ୟା ଅପପ୍ରଚାର ବିରୋଧରେ ବିଜୟ ହାସଲ କରିଛନ୍ତି । ଏହି ପୁସ୍ତକଟି ଧାରା 370 ଉଚ୍ଛେଦ, ଅର୍ଥବ୍ୟବସ୍ଥାର ଆନୁଷ୍ଠାନିକୀକରଣ, ଜିଏସଟି କାର୍ଯ୍ୟକାରିତା, ବିମୁଦ୍ରୀକରଣ ଏବଂ ସ୍ୱଚ୍ଛ ଶାସନ ଦିଗରେ ପ୍ରୟାସ ସମେତ ପ୍ରମୁଖ ନୀତିଗତ ନିଷ୍ପତ୍ତିଗୁଡ଼ିକର ବିଶ୍ଳେଷଣାତ୍ମକ ବିବରଣୀ ପ୍ରଦାନ କରେ। ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ସମାରୋହରେ କହିଛନ୍ତି, ‘‘ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଯିଏ ନିଜର ମାର୍ଗ ସୃଷ୍ଟି କରନ୍ତି ସେ ପ୍ରକୃତରେ ମହାନ ଏବଂ ମୋଦୀଜୀ ଠିକ୍ ସେହିପରି କାର୍ଯ୍ୟ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୋଦୀଜୀ ଅନେକ ଜଟିଳ ଜାତୀୟ ସମସ୍ୟାକୁ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଏବଂ ବିନା ବିବାଦରେ ସମାଧାନ କରିଛନ୍ତି। ତାଙ୍କର ନେତୃତ୍ୱ ଭାରତ ଓ ବିଶ୍ୱବ୍ୟାପୀ ଭାରତୀୟମାନଙ୍କର ଗରିମା ବୃଦ୍ଧି କରିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ କହିଛନ୍ତି ଯେ ‘ମୋଦୀଜ୍ ମିଶନ’ ପୁସ୍ତକ ମୋଦୀ ଜୀଙ୍କ ଜୀବନ ଏବଂ ଦୃଷ୍ଟିକୋଣକୁ ବିସ୍ତୃତ ଭାବରେ ଉପସ୍ଥାପନ କରିଥାଏ। ସେ କିପରି ତାଙ୍କ ଲକ୍ଷ୍ୟକୁ ପରିଭାଷିତ କରିଥିଲେ ଏବଂ ଏହାକୁ ହାସଲ କରିବାରେ ସ୍ଥିର ରହିଥିଲେ ତାହା ଏଥିରେ ବର୍ଣ୍ଣିତ। ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ 2047 ସୁଦ୍ଧା ଏକ ଦୃଢ଼ ଅର୍ଥବ୍ୟବସ୍ଥାର ମୂଳଦୁଆ ସ୍ଥାପନ କରିଛନ୍ତି। ଗରିବ, ଚାଷୀ, ଯୁବକ ଏବଂ ମହିଳାଙ୍କୁ ସଶକ୍ତ କରିଛନ୍ତି।

Comments are closed, but trackbacks and pingbacks are open.