ପାକିସ୍ତାନକୁ ଆଫଗାନିସ୍ତାନର କଡ଼ା ଜବାବ

148

କାବୁଲ : ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ପାଇଁ ଭାରତ କୁ ଦାୟୀ କରିବା ଅଭିଯୋଗ ଉପରେ ତାଲିବାନ୍‌ର ପ୍ରତିରକ୍ଷା ମନ୍ତ୍ରୀ ମୌଲବୀ ମହମ୍ମଦ ୟାକୁବ ମୁଜାହିଦ୍ ପାକିସ୍ତାନ କୁ କଡ଼ା ଜବାବ ଦେଇଛନ୍ତି। ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ୍ ଶରିଫଙ୍କ ବୟାନକୁ ‘ଆଧାରହୀନ ଓ ମୂଲ୍ୟହୀନ’ ବୋଲି କହିଛନ୍ତି। ୟାକୁବ୍ ମୁଜାହିଦ୍ କହିଛନ୍ତି ଯେ, ଆଫଗାନିସ୍ତାନ ଏକ ସ୍ୱାଧୀନ ରାଷ୍ଟ୍ର ଏବଂ କେହି କାବୁଲ୍ ଉପରେ ହୁକୁମ୍ ଚଳାଇ ପାରିବେ ନାହିଁ। ଆଫଗାନିସ୍ତାନ ଭାରତ ଓ ପାକିସ୍ତାନ ଉଭୟଙ୍କ ସହ ଭଲ ସମ୍ପର୍କ ରଖିବାକୁ ଚାହୁଁଛି। ‘ଭାରତ ସହ ଆମର ସମ୍ପର୍କ ପାକିସ୍ତାନ ବିରୋଧରେ ନୁହେଁ କିମ୍ବା ପାକିସ୍ତାନ ସହ ସମ୍ପର୍କ ଭାରତର କ୍ଷତିରେ ନୁହେଁ,’ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ପାକିସ୍ତାନ ଦୋହା ଚୁକ୍ତିରୁ ଓହରିଯାଏ, ତେବେ ଅସୁବିଧା ହେବ। ପାକିସ୍ତାନ ଆଫଗାନିସ୍ତାନର ଆକାଶ ସୀମା ଉଲ୍ଲଙ୍ଘନ କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି l

Comments are closed, but trackbacks and pingbacks are open.