ସ୍ନେହାଙ୍ଗିନୀ ଛୁରିଆ ହେଲେ ନୂଆପଡା ଉପନିର୍ବାଚନ ପାଇଁ ବିଜେଡ଼ି ପ୍ରାର୍ଥୀ

160

ଭୁବନେଶ୍ଵର: ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ରାଜ୍ୟର ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ଉପନିର୍ବାଚନ ପାଇଁ ପୂର୍ବରୁ ବିଜେପି ଆଉ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଆଜି ପ୍ରାର୍ଥୀ ଘୋଷଣା କରାଯାଇଛି। ସ୍ନେହାଙ୍ଗିନୀ ଛୁରିଆଙ୍କୁ ନବୀନ ପଟ୍ଟନାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଏବେ ନୂଆପଡା ଉପନିର୍ବାଚନ ଆକର୍ଷଣୀୟ ହେବାକୁ ଯାଉଛି। ବିଜେଡ଼ି, ବିଜେପି ଆଉ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି। କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଛି। ତେବେ ଏଠାରେ ତ୍ରିମୂଖୀ ଲଢେଇ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

Comments are closed, but trackbacks and pingbacks are open.