ନୂଆପଡ଼ା ଉପନିର୍ବାଚନ ପାଇଁ ସମଗ୍ର ଜିଲ୍ଲା ରେ ଆଦର୍ଶ ଆଚରଣ ବିଧି ଲାଗୁ

70

ନୂଆପଡ଼ା : ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି l ଏହି ସମୟରେ ନିର୍ବାଚନ ଖର୍ଚ୍ଚ ତଦାରଖ ପାଇଁ ନିଯୁକ୍ତ ଅଧିକାରୀମାନଙ୍କୁ ନିଜ କର୍ତ୍ତବ୍ୟ ସମ୍ବନ୍ଧରେ ଅବଗତ କରିବା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଶାସନ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତଥା ନିର୍ଦ୍ଦେଶକ ଟାଉନ ପ୍ଲାନିଂ ଶତୃଘ୍ନ କର ଯୋଗଦେଇ ସମ୍ପୃକ୍ତ ଅଧିକାରୀମାନଙ୍କୁ ତାଲିମ ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରିଥିଲେ। ଅତିରିକ୍ତ ଶାସନ ସଚିବ କର ସମ୍ପୂର୍ଣ୍ଣ ନିରପେକ୍ଷ ଭାବରେ ନିର୍ବାଚନ ପରିଚାଳନା କରିବା ପାଇଁ ଅଧିକାରୀଙ୍କୁ ସୂଚନା ପ୍ରଦାନ କରିଥିଲେ।

ଏଥର ଉପ ନିର୍ବାଚନରେ ଜଣେ ପ୍ରାର୍ଥୀ ଅଧିକତମ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ପ୍ରଚାର ପ୍ରସାର, ବିଜ୍ଞାପନ, ସଭା ସମିତି, କ୍ୟାମ୍ପେନ ସାମଗ୍ରୀ, ଖାଦ୍ୟପେୟ ସବୁ ଆଇନ ଅନୁମୋଦିତ ଖର୍ଚ୍ଚ ବୋଲି ଧରାଯିବ l କିନ୍ତୁ ଭୋଟ ବଦଳରେ ଟଙ୍କା, ଉପହାର, ଖାଦ୍ୟ, ମଦ, କୁକୁଡ଼ା, ଲୁଗାପଟା ବାଣ୍ଟିବା, ପେଡ ନ୍ୟୁଜ ଛାପିବା ବେଆଇନ। ଅଧିକାରୀମାନେ ପ୍ରାର୍ଥୀ ଓ ଦଳମାନଙ୍କ ବ୍ୟୟ ଉପରେ କଡା ନଜର ରଖିବେ। ଷ୍ଟାର ପ୍ରଚାରକଙ୍କ ଖର୍ଚ୍ଚ ମଧ୍ୟ ଜଗିବେ। ସବୁ ପ୍ରାର୍ଥୀ ନିଜ ନାମରେ ଏକ ନୂତନ ବ୍ୟାଙ୍କ ଆକାଉଣ୍ଟ ଖୋଲି କେବଳ ସେଥିରୁ ହିଁ ଅନୁମୋଦିତ ରାଶି ଖର୍ଚ୍ଚ କରି ପାରିବେ। ଅନ୍ୟଥା ତାଙ୍କର ପ୍ରାର୍ଥୀତ୍ତ୍ୱ ନାକଚ ହୋଇଯିବ। ଅବକାରୀ ଅଧୀକ୍ଷକଙ୍କୁ ଜିଲ୍ଲାର ବେଆଇନ ମଦ ବିକ୍ରି ଉପରେ ତୀକ୍ଷ୍ମ ନଜର ରଖିବେ ବୋଲି କହିଥିଲେ।

Comments are closed, but trackbacks and pingbacks are open.