ବାଲିଯାତ୍ରା ପ୍ଲଟ୍ ଆବଣ୍ଟନ ପଞ୍ଜୀକରଣ ୧୨କୁ ବୃଦ୍ଧି

124

ଭୁବନେଶ୍ବର: ଐତିହାସିକ ବାଲିଯାତ୍ରା କଟକ ୨୦୨୫ରେ ଷ୍ଟଲ୍ ଖୋଲିବା ନିମନ୍ତେ ପ୍ଲଟ୍ ପଞ୍ଜୀକରଣ ତାରିଖ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। କର୍ଫ୍ୟୁ ପରିସ୍ଥିତି ଏବଂ ଇଣ୍ଟର୍‌ନେଟ୍ ବନ୍ଦ ରହିଥିବା କାରଣରୁ ଏହି ସମୟସୀମା ବୃଦ୍ଧି କରାଯାଇଛ। ଉଭୟ ଅନ୍‌ଲାଇନ୍ ଏବଂ ଅଫ୍‌ଲାଇନ୍ ଜରିଆରେ ପଞ୍ଜୀକରଣ କରାଯାଉଛି। ସ୍ଥାନୀୟ ବାରବାଟୀ ପ୍ୟାଲେସ୍‌ଠାରେ ଦୈନିକ ପୂର୍ବାହ୍ଣ ୧୦ ଘଟିକାଠାରୁ ଅପରାହ୍ଣ ୫ଟା ୩୦ ମିନିଟ୍ ମଧ୍ୟରେ ଫର୍ମ ଦାଖଲ ଓ ପଞ୍ଜୀକରଣ କାର୍ଯ୍ୟ ଚାଲୁରହିଛି। ସେହିପରି ଅନ୍‌ଲାଇନ୍ ମାଧ୍ୟମରେ ପଞ୍ଜୀକରଣ ପାଇଁ ଇଚ୍ଛୁକ ବ୍ୟକ୍ତି ଡବ୍ଲୁଡବ୍ଲୁଡବ୍ଲୁ.ବାଲିଯାତ୍ରା.ନେଟ୍ ୱେବ୍‌ସାଇଟ୍‌ରେ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ପାଇଁ ଆଉ ଅଳ୍ପଦିନ ବାକି ଥିବାରୁ ଶେଷ ସମୟରେ ଭିଡ଼ ଏଡା଼ଇବା ନିମନ୍ତେ ଯଥାଶୀଘ୍ର ପଞ୍ଜୀକରଣ କରାଇ ନେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Comments are closed, but trackbacks and pingbacks are open.