ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲେ କାନାଡ଼ା ସରକାର

63

କାନାଡ଼ା :କାନାଡା ରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗକୁ ଏକ ଆତଙ୍କବାଦୀ ଗୋଷ୍ଠୀ ଭାବରେ ଘୋଷଣା କରିଛି। କାନାଡା ସରକାର କହିଛନ୍ତି ଯେ ଏହି ଗ୍ୟାଙ୍ଗ ଭାରତରେ ଅବସ୍ଥିତ ଏବଂ ଏହାର ନେତା ଜେଲରେ ଥିବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କରି ଅପରାଧ କରେ। ଆତଙ୍କବାଦୀ ସଂଗଠନ ଘୋଷଣା ପରେ କାନାଡା ସରକାର ଏବେ ଗ୍ୟାଙ୍ଗର ସମ୍ପତ୍ତି ଜବତ କରିପାରିବେ ଏବଂ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ବନ୍ଦ କରିପାରିବେ।ବିଷ୍ଣୋଇ ଗ୍ୟାଙ୍ଗ ଭାରତରୁ ସଞ୍ଚାଳିତ ହେଉଛି। ଏହାର ମୁଖ୍ୟ ଲରେନ୍ସ ବିଷ୍ଣୋଇଙ୍କ ଉପରେ ଅଭିଯୋଗ ରହିଛି ଯେ, ସେ ଜେଲ ଭିତରେ ରହି ମୋବାଇଲ ଫୋନ ଜରିଆରେ ଗ୍ୟାଙ୍ଗର ଗତିବିଧିକୁ ନିୟନ୍ତ୍ରଣ କରୁଛନ୍ତି। କାନାଡ଼ା ସରକାର ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ, ଏହି ଗ୍ୟାଙ୍ଗ ହତ୍ୟା, ଗୁଳିକାଣ୍ଡ ଭଳି ଅନେକ ଅପରାଧରେ ସାମିଲ ରହିଛି। ବିଶେଷ କରି କାନାଡ଼ାରେ ରହୁଥିବା ମୂଳ ଭାରତୀୟ, ସେମାନଙ୍କ ବ୍ୟବସାୟ ଏବଂ ସାଂସ୍କୃତିକ ପରିଚୟକୁ ଟାର୍ଗେଟ କରୁଛି।କାନାଡା ସରକାର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ କାନାଡାରେ ଆତଙ୍କବାଦ ଏବଂ ହିଂସାର କୌଣସି ସ୍ଥାନ ନାହିଁ।

Comments are closed, but trackbacks and pingbacks are open.