ଟିମ ଇଣ୍ଡିଆର ବିଜୟ : ଖେଳ ପଡିଆରେ ‘ଅପରେସନ ସିନ୍ଦୁର’

874

ନୂଆଦିଲ୍ଲୀ: ପାକିସ୍ତାନକୁ ପରାସ୍ତ କରି ଭାରତୀୟ ଦଳ ଏସିଆ ଚମ୍ପିୟାନ ହୋଇଛି। ୧୪ ଦିନ ମଧ୍ୟରେ ପାକିସ୍ତାନକୁ ଭାରତୀୟ ଦଳ ପରାସ୍ତ କରି ଦେଶ ପାଇଁ ଗୌରବ ଆଣିଛି। ଫାଇନାଲରେ ପାକିସ୍ତାନକୁ ଲଜ୍ଜାଜନକ ଭାବରେ ପରାସ୍ତ କରି ଟିମ ଇଣ୍ଡିଆ ସମଗ୍ର ଦେଶବାସୀଙ୍କୁ ଗର୍ବିତ କରିଛି। ଏହି ସମୟରେ ୧୪୦ କୋଟି ଭାରତୀୟ ଟିମ ଇଣ୍ଡିଆକୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି। ଏହିକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ ରେ ଏକ ପୋଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, “ଖେଳ ପଡିଆରେ ମଧ୍ୟ ‘ଅପରେସନ ସିନ୍ଦୁର’। ଫଳାଫଳ ସମାନ, ଭାରତର ବିଜୟ ହୋଇଛି।” ଏହା ସହିତ ଏହି ବଡ ବିଜୟ ପାଇଁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି।

Comments are closed, but trackbacks and pingbacks are open.