ସୋନମ ଓ୍ଵାଙ୍ଗଚୁକଙ୍କ ପାକିସ୍ତାନ ଲିଙ୍କଙ୍କୁ ନେଇ ତଦନ୍ତ: ଡିଜିପି

105

ନୂଆଦିଲ୍ଲୀ: ଏନଏସଏ ଆଧାରରେ ଗିରଫ ହୋଇ ଏବେ ଜେଲରେ ସାମାଜିକ କର୍ମୀ ତଥା ପରିବେଶବିତ ସୋନମ ଓ୍ଵାଙ୍ଗଚୁକ। ଏହା ମଧ୍ୟରେ ଲଦାଖ ଡିଜିପି ଏସଡି ସିଂହ ଜାମୱାଲ ସୋନମ ୱାଙ୍ଗଚୁକଙ୍କ ଗିରଫଦାରୀକୁ ନେଇ ବଡ଼ ବୟାନ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଜାମୱାଲ କହିଛନ୍ତି ଯେ ସେପ୍ଟେମ୍ବର ୨୪ରେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ପୂର୍ବରୁ ପରିବେଶ କର୍ମୀ ଓ୍ଵାଙ୍ଗଚୁକଙ୍କ ଉତ୍ତେଜକ ଭାଷଣ ଦ୍ୱାରା ହିଂସା ସୃଷ୍ଟି ହୋଇଥିଲା।ଜାମୱାଲ କହିଛନ୍ତି ଯେ ତଦନ୍ତକାରୀ ଏଜେନ୍ସି ଓ୍ଵାଙ୍ଗୁଚକଙ୍କ ସମ୍ଭାବ୍ୟ ପାକିସ୍ତାନୀ ଲିଙ୍କର ତଦନ୍ତ କରୁଛନ୍ତି। ୱାଙ୍ଗଚୁକଙ୍କ ପୂର୍ବର ସୀମା ପାର ଯାତ୍ରା ଏବଂ ଇସଲାମାବାଦରେ ଅଧିକାରୀଙ୍କ ସହ କଥିତ ଆଲୋଚନାକୁ ନେଇ ଖୋଳତାଡ କରାଯାଉଛି। ସେ ପାକିସ୍ତାନରେ ଦ ଡନ(ପାକିସ୍ତାନୀ ସମାଚାର ପତ୍ର)ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ପୁଣି ବାଂଲାଦେଶ ବି ଯାଇଥିଲେ। ଉଲ୍ଲେଖନୀୟ ପରିବେଶ କର୍ମୀ ସୋନମ ୱାଙ୍ଗଚୁକ୍ ଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଅଧୀନରେ ଗିରଫ କରାଯାଇ ଯୋଧପୁର କେନ୍ଦ୍ରୀୟ କାରାଗାରକୁ ପଠାଇ ଦିଆଯାଇଛି।

Comments are closed, but trackbacks and pingbacks are open.