ଓଡିଶା ହାଇକୋର୍ଟରେ ୩ ନୂଆ ବିଚାରପତି ନିଯୁକ୍ତି

23

ଓଡିଶା ଉଚ୍ଚ ନ୍ୟାୟାଳୟ ର ନୂତନ ବିଚାରପତି ଭାବରେ ମୃଗାଙ୍କ ଶେଖର ସାହୁ,ରାଧାକୃଷ୍ଣ ପଟ୍ଟନାୟକ ଓ ଶଶୀକାନ୍ତ ମିଶ୍ର ଙ୍କୁ ନିଯୁକ୍ତି ମିଳିଛି I ଏ ନେଇ ବୁଧୁବାର କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା I ସୁପ୍ରିମକୋର୍ଟ କଲେଜିୟମ ସୁପାରିସ୍ ଆଧାରରେ ଆଜି ଓଡ଼ିଶା ହାଇକୋର୍ଟରେ ଆଉ ୩ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି ୩ଜଣ ନୂଆ ବିଚାରପତି ଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତି ଦେଇଛନ୍ତି I ବର୍ତ୍ତମାନ ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ମୋଟ ୧୭ଜଣ ବିଚାରପତି ହେଲେ । ଗତ ସେପ୍ଟେମ୍ବର ୨୯ତାରିଖ ୨୦୨୧ରେ ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟରେ ବିଚାରପତି ପଦବୀ ପାଇଁ ଏହି ବ୍ୟକ୍ତିମାନଙ୍କ ନାମ ସୁପାରିଶ କରିଥିଲେ । ବରିଷ୍ଠ ଓକିଲ ମୃଗାଙ୍କ ଶେଖର ସାହୁ ଏବେ ହାଇକୋର୍ଟରେ ଅତିରିକ୍ତ ସରକାରୀ ଓକିଲ ଭାବେ କାର୍ଯ୍ୟ କରୁଥିବାବେଳେ ଶଶୀକାନ୍ତ ମିଶ୍ର ଏବେ ଗଞ୍ଜାମ ଜିଲ୍ଲା ଜଜ୍ ଭାବେ କାର୍ଯ୍ୟ କରୁଛନ୍ତି । ରାଧାକାନ୍ତ ପଟ୍ଟନାୟକ ଏବେ ଓଡ଼ିଶା ସରକାରଙ୍କ ଆଇନ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି। ଯେଉଁଦିନ ସେମାନେ ଦାୟିତ୍ୱ ଗ୍ରହଣ କରିବେ ସେହିଦିନଠୁ ସେମାନଙ୍କର ବରିଷ୍ଠତା ହିସାବକୁ ନିଆଯିବ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ଜଷ୍ଟିସ ଯଶବନ୍ତ ସିଂ ଓ ଜଷ୍ଟିସ ଅରିନ୍ଦମ ସିହ୍ନା ଦାୟିତ୍ୱ ଗ୍ରହଣ କରିବା ପରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୪ରେ ପହଂଚି ଥିଲା। ଏବେ ଏହି ସଂଖ୍ୟା ୧୭କୁ ବୃଦ୍ଧି ପାଇଛି।
ଶ୍ରୀ ମୃଗାଙ୍କ ଶେଖର ସାହୁ ହେଉଛନ୍ତି ପ୍ରଫେସର ଡା.ମହେଶ୍ୱର ସାହୁ ଓ ମେନକା ପାଣି ଙ୍କ ପୁତ୍ର ତଥା ସ୍ବର୍ଗତ ମେଜର ଶ୍ୟାମ ସୁନ୍ଦର ସାହୁ ଓ ଉର୍ମିଳା ସାହୁ ଙ୍କ ଜାମାତା ଇ ଅନ୍ୟପକ୍ଷରେ ଶ୍ରୀ ଶଶୀକାନ୍ତ ମିଶ୍ର ହେଉଛନ୍ତି ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସ୍ବର୍ଗତ ବିମଲ କିଶୋର ମିଶ୍ର ଓ ସ୍ବର୍ଗତ କ୍ଷେତ୍ରମଣି ମିଶ୍ରଙ୍କ କନିଷ୍ଠ ପୁତ୍ର ସେ ତିନିଟି ପୁସ୍ତକ ‘ବୁଲା କୁକୁର”ମାଟି ମହକ’ ଓ ତାଙ୍କ ବାପାଙ୍କ ଜୀବନୀ ‘ଅବିଚଳ ବିମଲ’ ରଚନା କରିଛନ୍ତି ଇ ସହିଭଳି ରାଜ୍ୟ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଥିବା ରାଧାକୃଷ୍ଣ ପଟନାୟକ ୨୫ ଅକ୍ଟୋବର ୧୯୭୦ ମସିହାରେ ଜନ୍ମଗ୍ରହଣ କରିଥିଲେ ଇ ୧୯୯୯ ମସିହା ରେ ସିଭିଲ ଜଜ ଭାବରେ ନିଯୁକ୍ତି ପାଇଥିଲେ ଇ ପରେ ଏଥିରୁ ଇସ୍ତଫା ଦେଇ କଟକ ହାଇକୋର୍ଟ ବାରରେ ଆଇନଜୀବୀ ଭାବରେ ପୁନର୍ବାର କାର୍ଯ୍ୟ କରିଥିଲେ I

Leave A Reply

Your email address will not be published.