ଭୁବନେଶ୍ୱର : ମହିଳା ଟ୍ରାଫିକ କନଷ୍ଟେବଳ ଶୁଭମିତ୍ରାଙ୍କୁ ହତ୍ୟା ମାମାଲା । ଅପରାଧ ରାଜଧାନୀରେ, ଶବ ଜବତ ହେଲା ଘଟଗାଁରେ । ଏହି ଘଟଣା ସମ୍ପର୍କରେ ମାନ୍ୟବର ବିଧାୟିକା ଶ୍ରୀମତି ପ୍ରମିଳା ମଲ୍ଲିକ, ଗୌତମ ବୁଦ୍ଧ ଦାସ, ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଧ୍ରୁବ ଚରଣ ସାହୁ, ସାରଦା ପ୍ରସନ୍ନ ଜେନାଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବ ଉପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି । କହିଛନ୍ତି, ମହିଳା ଟ୍ରାଫିକ କନଷ୍ଟେବଳ ଶୁଭମିତ୍ରା ସାହୁ ସନ୍ଧ୍ୟାରୁ ନିଖୋଜ ହେବା ସମ୍ପର୍କରେ ତାଙ୍କ ମାଆ, ବାପା କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ୭ ତାରିଖରେ ପଞ୍ଜୀକୃତ ହୋଇ ଅନୁସନ୍ଧାନ କରାଯାଇଥିଲା । ପୋଲିସ କମିଶନରେଟରେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିବା ଦୀପକ ଯିଏକି ନିଖୋଜ ମହିଳା ଟ୍ରାଫିକ କନଷ୍ଟେବଳ ଶୁଭମିତ୍ରାଙ୍କ ସ୍ୱାମୀ ହୋଇଥିବାରୁ ସନ୍ଦିଗ୍ଧ ଥିଲେ । ଅନୁସନ୍ଧାନରୁ ଜଣାପଡିଛି, ୨୩.୭.୨୦୨୪ରେ ଉଭୟ ଖୋର୍ଦ୍ଧା ଜିଲ୍ଲା ବିବାହ ଅଧିକାରୀଙ୍କ ସମ୍ମୁଖରେ ବିବାହ କରିଥିଲେ । ନିଖୋଜ ମହିଳା ଶୁଭମିତ୍ରା ସାହୁଙ୍କୁ ସନ୍ଧାନ ନିମନ୍ତେ ପୁଲିସ କମିଶନରେଟ୍ ରଟ୍ ର ବିଭିନ୍ନ ଦଳ, ସନ୍ଦିଗ୍ଧ ଦୀପକ କୁମାର ରାଉତ, ଶୁଭମିତ୍ରା ତ୍ରା ସାହୁ ଏବଂ ଅନ୍ୟାନ୍ୟ ସମ୍ପର୍କୀୟ ବ୍ୟକ୍ତିଙ୍କର କଲ୍ ବିବରଣୀ ସଂଗ୍ରହ କରିବା ସହ ସିସିଟିଭି କ୍ୟାମେରା ଯାଞ୍ଚ ଯାଞ୍ଚ କରିଥିଲେ। ସ୍ଥାନୀୟ ଅଞ୍ଚଳ ଅଞ୍ଚଳ ଏବଂ ଅଟୋ/କ୍ୟାବ୍ ଡ୍ରାଇଭରମାନଙ୍କୁ ମଧ୍ୟ ପଚରାଉଚରା କରିଥିଲେ । ଫଳପ୍ରଦ ସୂଚନା ନା ପାଇଁ ପୁରସ୍କାର ରାଶି ମଧ୍ଯ ଘୋଷଣା କରାଯାଇଥିଲା । ନିଖୋଜ ମହିଳା ଜଣକ ଧାର୍ମିକ କ ସ୍ଥଳ ସ୍ଥଳ ପରିଦର୍ଶନ କରିବାକୁ ପ୍ରବୃତ୍ତି ରଖୁଥୁବାରୁ, ବାରାଣସୀ, ମଥୁରା, ପୁରୀ ଇତ୍ୟାଦି ଧାର୍ମିକ ସ୍ଥାନ ଗୁଡ଼ିକରେ ମଧ୍ୟ ତାଙ୍କୁ ଖୋଜାଖୋଜି କରାଯାଇଥିଲା । ସମସ୍ତ ଦିଗକୁ ଯାଞ୍ଚ କରିବା ପରେ, ଅଭିଯୁକ୍ତ ଦୀପକ କୁମାର ରାଉତଙ୍କୁ ଶେଷରେ ତା ୧୭.୦୯.୨୦୨୫ ରିଖ ରେ ଗିରଫ କରାଯାଇଥିଲା । ଶୁଭମିତ୍ରା ରୀତି ଅନୁସାରେ ବିବାହ କରିବା ପାଇଁ ଅଭିଯୁକ୍ତ ଦୀପକ କୁମାର ରାଉତକୁ ୨୦,୦୦,୦୦୦ ଟଙ୍କା ଦାବି କରିଥିଲେ , ଏଥିରେ ସେ ରାଜି ନହୋଇ ଶୁଭମିତ୍ରାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲା ।
Comments are closed, but trackbacks and pingbacks are open.