ଠିକା ନିଯୁକ୍ତି ପ୍ରସଙ୍ଗରେ ବିଜେପି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ

26

ଓଡିଶା ସରକାର ଠିକା କର୍ମଚାରୀ ଓ ଶ୍ରମିକ ନିଯୁକ୍ତି କ୍ଷେତ୍ର ରେ ସାମ୍ବିଧାନିକ ବିଧିବ୍ୟବସ୍ଥାକୁ ଉଲ୍ଲଙ୍ଘନ କରିଛନ୍ତି I ସଂଘୀୟ ବିଧି ବ୍ୟବସ୍ଥାରେ ରହି ରାଜ୍ୟ ସରକାର ସାମ୍ବିଧାନିକ ବ୍ୟବସ୍ଥାକୁ ଉଲ୍ଲଙ୍ଘନ କରି ଆଇନଗତ ଅପରାଧ କରୁଛନ୍ତି I ଗତ ୨୦୧୮ ରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଥାବର ଚାନ୍ଦ ଗେହଲଟ ସଂରକ୍ଷଣ ବ୍ୟବସ୍ଥାକୁ କଡାକଡି ଲାଗୁ କରିବା ପାଇଁ ରାଜ୍ୟ ସରକାର ମାନଙ୍କୁ ଚିଠି ଦେଇଥିଲେ I ବର୍ତ୍ତମାନ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ ବୀରେନ୍ଦ୍ର କୁମାର ମଧ୍ୟ ସଂରକ୍ଷଣ କରିବାକୁ ଚିଠି ଦେଇଛନ୍ତି ମାତ୍ର ଓଡିଶା ସରକାର ଏହି ନିର୍ଦ୍ଦେଶ ନାମାକୁ ଅବମାନନା କରିଛନ୍ତି I ଏ ସମ୍ପର୍କରେ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଡ଼. ବିଭୂପ୍ରସାଦ ତରାଇ କ୍ଷୋଭ ପ୍ରକାଶ କରିଛନ୍ତି I୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟ ର ୨୨.୫୦ ପ୍ରତିଶତ ଅନୁସୂଚିତ ଜନଜାତି ,୧୬.୨୫ % ଅନୁସୂଚିତ ଜାତି ଏବଂ ୫୧%ପଛୁଆ ବର୍ଗଙ୍କୁ ତାଙ୍କ ନ୍ୟାର୍ଯ୍ୟ ଅଧିକାର ରୁ ବଂଚିତ ରଖାଯାଉଛି I ଅକ୍ଟୋବର ୩୦ ସୁଦ୍ଧା ଠିକା ନିଯୁକ୍ତି ନୀତି ପ୍ରସଙ୍ଗ ରେ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ ନ କଲେ ରାଜ୍ୟ ବିଜେପି ରାଜ୍ୟସ୍ତରୀୟ ଆନ୍ଦୋଳନ କରିବ ବୋଲି ଡ଼. ବିଭୂପ୍ରସାଦ ତରାଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମ ରେ ସୁଚନା ଦେଇଛନ୍ତି I

Leave A Reply

Your email address will not be published.