କାର୍ତ୍ତିକ ମାସ ପୂର୍ବରୁ ଛତିଶା ନିଯୋଗ ଓ ନୀତି ସବ୍ କମିଟିର ବୈଠକ

129

ଭୁବନେଶ୍ବର: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ଓ ନୀତି ସବ୍ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ କାର୍ତ୍ତିକ ମାସ ପରେ ପରୀକ୍ଷାମୂଳକ ଧାଡିଦର୍ଶନ ବ୍ୟବସ୍ଥା କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ବେଳେ ଧାଡିଦର୍ଶନ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ସେହିପରି ଦିବ୍ୟାଙ୍ଗମାନଙ୍କ ଠାକୁର ଦର୍ଶନ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସମ୍ପର୍କରେ ଆଲୋଚନା ହୋଇଛି। ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍ ବ୍ୟବହାର ଉପରେ କଟକଣା କଡାକଡି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଣିକି ପ୍ରତ୍ୟେକ ବୁଧବାର ନୀତି ଶୃଙ୍ଖଳା ପାଇଁ ସମନ୍ବୟ ବୈଠକ ବସିବାକୁ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀଙ୍କ ସୂଚନା ଅନୁଯାୟୀ କାର୍ତ୍ତିକ ମାସ ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି। ଆସନ୍ତା ଅକ୍ଟୋବର ୩ ତାରିଖରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ଭୋର ୪ଟାରେ ଶ୍ରୀମନ୍ଦିର ଦ୍ବାରା ଫିଟାଯିବ।

Comments are closed, but trackbacks and pingbacks are open.