ଛକା ମାରିବାରେ ବିଶ୍ଵ ରେକର୍ଡ କଲେ ଅଭିଷେକ ଶର୍ମା

495

ନୂଆଦିଲ୍ଲୀ: ଅଭିଷେକ ଶର୍ମା ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ଦ୍ରୁତତମ ୫୦ ଛକା ମାରିବା ବ୍ୟାଟସମ୍ୟାନ୍ ହୋଇଛନ୍ତି। ସେ ପାକିସ୍ତାନ ବିପକ୍ଷ ଏସିଆ କପ୍ ମ୍ୟାଚ୍‌ରେ ଏହି ସଫଳତା ହାସଲ କରିଛନ୍ତି। ସେ ସବୁଠାରୁ କମ୍ ବଲ୍‌ରେ ୫୦ ଛକା ମାରିଛନ୍ତି। ପାକିସ୍ତାନ ବିପକ୍ଷ ସୁପର ୪ ମ୍ୟାଚ୍ ପୂର୍ବରୁ ସେ ତାଙ୍କ ଟି-୨୦ କ୍ୟାରିୟରରେ ୪୮ଟି ଛକା ମାରିଥିଲେ। ସେ ମାତ୍ର ୩୩୧ ବଲ୍‌ରେ ୫୦ ଛକା ମାରି ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଏଭିନ୍ ଲୁଇସ୍‌ଙ୍କ ରେକର୍ଡ ଭାଙ୍ଗିଛନ୍ତି। ଅଭିଷେକ ଶର୍ମା ମାତ୍ର ୩୩୧ ବଲ୍‌ରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୫୦ ଛକା ମାରିଛନ୍ତି। ପୂର୍ବରୁ ଏହି ରେକର୍ଡ ୱେଷ୍ଟଇଣ୍ଡିଜ୍‌ର ଏଭିନ୍ ଲୁଇସ୍‌ଙ୍କ ନାମରେ ଥିଲା, ଯିଏ ୩୬୬ ବଲ୍‌ରେ ୫୦ ଛକା ମାରିଥିଲେ। ୱେଷ୍ଟଇଣ୍ଡିଜ୍‌ର ଆନ୍ଦ୍ରେ ରସେଲ୍‌ ୪୦୯ ବଲ୍‌ ଖେଳି ଏହି ମାଇଲଖୁଣ୍ଟରେ ପହଞ୍ଚିଛନ୍ତି। ହଜରତୁଲ୍ଲା ଜଜଇ ଏବଂ ସୂର୍ଯ୍ୟକୁମାର ଯାଦବ ମଧ୍ୟ ସବୁଠାରୁ କମ୍ ବଲ୍‌ରେ ୫୦ଟି ଛକା ମାରିଥିବା ଖେଳାଳିଙ୍କ ତାଲିକାରେ ଶୀର୍ଷ ୫ଟି ସ୍ଥାନରେ ଅଛନ୍ତି।

Comments are closed, but trackbacks and pingbacks are open.