ଲୋଇସିଂହାଠାରେ ନମୋ ଯୁବ ଗଣଦୌଡ଼ର ଶୁଭାରମ୍ଭ କଲେ ସ୍ବାସ୍ଥ୍ୟମନ୍ତ୍ରୀ

110

ଭୁବନେଶ୍ଵର: ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବଲାଙ୍ଗୀର ଜିଲ୍ଲା ଲୋଇସିଂହାଠାରେ ନମୋ ଯୁବ ଗଣଦୌଡ଼ର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ଦେଶବ୍ୟାପୀ ଜାରି ରହିଥିବା ସେବାପକ୍ଷ ଅଧୀନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଗଣଦୌଡ଼ ଲୋଇସିଂହା କଲେଜଠାରୁ ଆରମ୍ଭ ହୋଇ ମାରୁୱାଡ଼ି ଧର୍ମଶାଳା ପର୍ଯ୍ୟନ୍ତ ହୋଇଥିଲା। ଏଥିରେ ଶତାଧିକ ଯୁବକ ସାମିଲ ହୋଇଥିଲେ।

Comments are closed, but trackbacks and pingbacks are open.