୨୦୨୩ରେ ନୂଆ ପ୍ରଗତି ମୈଦାନରେ ହେବ ଜି-୨୦ ବିଶ୍ୱ ସମ୍ମିଳନୀ

29

ଆସନ୍ତା ୨୦୨୩ରେ ନୂଆ ପ୍ରଗତି ମୈଦାନରେ ଅନୁଷ୍ଠିତ ହେବ ଜି-୨୦ ବିଶ୍ୱ ସମ୍ମିଳନୀ। ଜି-୨୦ରେ ଥିବା ସବୁ ରାଷ୍ଟ୍ରର ସଦସ୍ୟମାନେ ଏଠାକୁ ଆସିବେ। ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହିଁ ପ୍ରଗତି ମୈଦାନରେ ଥିବା ନୂଆ ପ୍ରଦର୍ଶନୀ କମ୍ଲେକ୍ସକୁ ଉଦଘାଟନ କରିଥିଲେ। ନଭେମ୍ବର ୧୪ରୁ ୨୭ ଯାଏ ଏଠାରେ ଆଇଆଇଟିଏଫର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିସହ ସେ ଗତି ମିଶନ ଶକ୍ତି ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହାପରେ ପୀୟୂଷ ଗୋଏଲ ଏପରି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ନୂଆ ପ୍ରଗତି ମୈଦାନ ପ୍ରାୟ ୭୨ ହଜାର ବର୍ଗ କିମି ଅଞ୍ଚଳରେ ରହିଛି। ଏହା ମଧ୍ୟରେ ୮ଟି ପ୍ରଦର୍ଶନୀ ହଲ ତିଆରି କରାଯିବ। ଏବେ ଏହା ମଧ୍ୟରେ ନୂଆ ଆଇସିସି ସେଣ୍ଟରର ନିର୍ମାଣ ଚାଲିଛି। ଏଠାରେ ଥିବା ଅଣ୍ଡର ଗ୍ରାଉଣ୍ଡ ପାର୍କିଂରେ ଏକକାଳୀନ ୮ ହଜାର ଗାଡ଼ି ରହିପାରିବ। ସବୁ ବିଶ୍ୱସ୍ତରୀୟ ସୁବିଧାସୁଯୋଗ ଏଠାରେ ରହିଥିବା ସେ କହିଛନ୍ତି। ଭାଇରୋନ ମାର୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଠିକ୍‌ ଭାବେ ଟ୍ରାଫିକ ପରିଚାଳନା ପାଇଁ ୬ଟି ଟନେଲ ତିଆରି କାରାଯାଉଛି। ସେହିପରି ଗୋଟିଏ ସବ୍‌ ୱେର ନିର୍ମାଣ କାମ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.