ଭାରତର ପ୍ରଥମ ସ୍ପିଡ୍ ସ୍କେଟିଙ୍ଗ ବିଶ୍ୱ ଚାମ୍ପିଅନ ହେଲେ ଆନନ୍ଦକୁମାର

121

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନନ୍ଦକୁମାର ଭେଲକୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆନନ୍ଦକୁମାର ‘ସ୍ପିଡ ସ୍କେଟିଙ୍ଗ ବିଶ୍ୱ ଚାମ୍ପିଅନସିପ ୨୦୨୫’ର ସିନିଅର ପୁରୁଷ ୧୦୦୦ ମିଟର ସ୍ପ୍ରିଣ୍ଟ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ‘ତାଙ୍କର ଧୈର୍ଯ୍ୟ, ଗତି ଏବଂ ଉତ୍ସାହ ତାଙ୍କୁ ଭାରତର ପ୍ରଥମ ବିଶ୍ୱ ସ୍କେଟିଙ୍ଗ ଚାମ୍ପିଅନ କରିଛି। ତାଙ୍କର ଏହି ସଫଳତା ଅଗଣିତ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ।”

ଏକ୍ସର ଏକ ପୋଷ୍ଟରେ ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି;

“ସ୍ପିଡ ସ୍କେଟିଙ୍ଗ ବିଶ୍ୱ ଚାମ୍ପିଅନସିପ ୨୦୨୫ର ସିନିଅର ପୁରୁଷ ୧୦୦୦ ମିଟର ସ୍ପ୍ରିଣ୍ଟ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ଆନନ୍ଦକୁମାର ଭେଲକୁମାରଙ୍କ ପାଇଁ ଗର୍ବିତ। ତାଙ୍କର ଧୈର୍ଯ୍ୟ, ଗତି ଏବଂ ଉତ୍ସାହ ତାଙ୍କୁ ଭାରତର ପ୍ରଥମ ବିଶ୍ୱ ସ୍କେଟିଙ୍ଗ ଚାମ୍ପିଅନ କରିଛି। ତାଙ୍କର ଏହି ସଫଳତା ଅଗଣିତ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ । ତାଙ୍କୁ ବହୁତ ଅଭିନନ୍ଦନ ଏବଂ ଭବିଷ୍ୟତର ସଫଳତା ପାଇଁ ଶୁଭକାମନା।”

Comments are closed, but trackbacks and pingbacks are open.