ଶ୍ରୀମନ୍ଦିରରେ ହେବ ହୁଣ୍ଡି ପରିବର୍ତ୍ତନ

162

ଭୁବନେଶ୍ୱର: ଖୁବଶୀଘ୍ର ଶ୍ରୀମନ୍ଦିରରେ ହେବ ହୁଣ୍ଡି ପରିବର୍ତ୍ତନ। ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ହୁଣ୍ଡି ଉଠିବାର ପ୍ରକ୍ରିିୟା ଆରମ୍ଭ ହୋଇଛି। କାର୍ଯ୍ୟ ଅନୁମତି ଦିଆଯାଇଛି। ହୁଣ୍ଡି ଉଠିବାର ୭ଦିନ ଭିତରେ ଧାଡି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ।

ଏହା ସହ ପୂର୍ତ୍ତ ମନ୍ତ୍ରୀ ହରିଚନ୍ଦନ ଆଉ ଏକ ବଡ ଘୋଷଣା କହି କହିଛନ୍ତି ଯେ ଦୁର୍ଗାପୂଜା ପୂର୍ବରୁ ମରାମତି ହେବ ସହରର ସବୁ ଖାଲଖମା ରାସ୍ତା। ୨୨ ତାରିଖ ସୁଦ୍ଧା ସରିବ ସବୁ ରାସ୍ତା କାମ।ଏଥିସହ ସେ କହିଛନ୍ତି, ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଞ୍ଜାମ ଜିଲ୍ଲାକୁ ଆସିବାର କାର୍ଯ୍ୟକ୍ରମ ରହିଛି। ସେବା ପକ୍ଷ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗୋପାଳପୁର ଆସିବେ ପ୍ରଧାନମନ୍ତ୍ରୀ। ତେବେ ସବିଶେଷ କାର୍ଯ୍ୟସୂଚୀ ଆସିନି। କାର୍ଯ୍ୟକ୍ରମରେ କିଛି ପରିବର୍ତ୍ତନ ମଧ୍ଯ ହୋଇପାରେ। ଓଡ଼ିଶା ପ୍ରତି ତାଙ୍କର ସ୍ଵତନ୍ତ୍ର ଆକର୍ଷଣ ରହିଛି। ତାଙ୍କର ନିର୍ବାଚନ ପ୍ରଚାର ମହାପ୍ରଭୁ ଜଗନ୍ନାଥଙ୍କ ଠାରୁ ଆରମ୍ଭ କରିଥିଲେ। ଓଡ଼ିଶା ପ୍ରତି ଥିବା ତାଙ୍କ ଅବଦାନକୁ ଆହୁରି ଆଗକୁ ନେବାକୁ ସେ ଲକ୍ଷ୍ୟ ରଖିଛନ୍ତି।

Comments are closed, but trackbacks and pingbacks are open.