ଭୁବନେଶ୍ବର: ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ପରିସରରେ ମତ୍ସ୍ୟଚାଷ ପ୍ରଶିକ୍ଷଣ ଏବଂ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ସମନ୍ୱିତ କୃଷି ଓ ପ୍ରାଣୀସମ୍ପଦ ବିକାଶ ପାଇଁ ୪୭ଜଣ ଚାଷୀଙ୍କୁ ୧ କୋଟି ୧୦ଲକ୍ଷରୁ ଅଧିକ ଟଙ୍କାର ସହାୟତା ବିତରଣ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାରେ ୨୩ଜଣ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। କାର୍ଯ୍ୟକ୍ରମରେ ଆଧୁନିକ ଜ୍ଞାନକୌଶଳ ଅବଲମ୍ବନ କରି ମାଛଚାଷ ବୃଦ୍ଧି କରିବା ଏବଂ ମତ୍ସ୍ୟଚାଷୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ସଂପର୍କରେ ତାଲିମ ଦିଆଯାଇଛି।
Comments are closed, but trackbacks and pingbacks are open.