ଆଜି ମା’ ଙ୍କର ମହାଷ୍ଟମୀ ପୂଜା : ପରଦା ଆଢୁଆଳ ରେଚଣ୍ଡୀପାଠରେ କମ୍ପୁଛି ପରିବେଶ

27

ପୂର୍ବ ବର୍ଷ ପରି ଏ ବର୍ଷ ମଧ୍ୟ କୋଭିଡ୍ କଟକଣା ଭିତରେ ପୂଜା ମଣ୍ଡପ ଗୁଡିକ ରେ ପୂଜା ପାଉଛନ୍ତି ମା ଜଗତ ଜନନୀ। ଭକ୍ତ ଙ୍କ ଦର୍ଶନ କୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବାରୁ କେବଳ ବ୍ରାହ୍ମଣ ଙ୍କ ମନ୍ତ୍ରପାଠ ଦ୍ୱାରା ମଣ୍ଡପରେ ବିଧି ପାଳନ କରି ମା’ଙ୍କ ଅଷ୍ଟମୀ ପୂଜାର୍ଚ୍ଚନା କରାଯାଉଛି। ପରଦା ଆଢୁଆଳରେ ଚଣ୍ଡୀପାଠ କାରାଯାଇ ମହାଷ୍ଟମୀ ପୂଜାରେ ମା ଙ୍କୁ ଆବାହନ କରାଯାଉଛି I
ମଣ୍ଡପରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗୁ କରାଯାଇଥିବାରୁ ଫେସବୁକ୍, ୟୁଟ୍ୟୁବ୍ ମାଧ୍ୟମରେ ପୂଜାର ଲାଇଭ୍ ବ୍ୟବସ୍ଥା କରିଛନ୍ତି ବିଭିନ୍ନ ପୂଜା କମିଟି।ପ୍ରଶାସନର କଟକଣା ପାଇଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ଦଶହରା ସମ୍ପୂର୍ଣ୍ଣ ଫିକା ହୋଇଯାଇଛି ।

ସେପଟେ ଦେବୀ ପୀଠଗୁଡିକରେ ଆଜି ମା’ଙ୍କ ନବମୀ ପୂଜା ହେଉଛି । କଟକ ଜିଲ୍ଲା ଜଗତସିଂହପୁର ସ୍ଥିତ ମା’ ଶାରଳାଙ୍କ ପୀଠରେ ୧୪୪ ଧାରା ଲାଗୁ କରାଯାଇଛି। ଗତକାଲିଠୁ ୧୪ ତାରିଖ ଯାଏ ପୀଠ ଓ ଏହାର ଚତୁଃପାର୍ଶ୍ୱରେ ଏହି କଟକଣା ଲାଗୁ କରାଯାଇଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଏହି ପଦକ୍ଷେପ ନିଆଯାଇଛି।

Leave A Reply

Your email address will not be published.