ଭାରତୀୟ ସେନା ଦ୍ୱାରା ସୋପିଆନ୍‌ରେ ୩ ଲସ୍କର ଆତଙ୍କୀ ନିହତ

51

ଆତଙ୍କବାଦୀ ଓ ସୁରକ୍ଷାକର୍ମୀଂକ ମଧ୍ୟରେ ପୂଞ୍ଚ ଅଂଚଳରେ ଗୁଳିବିନିମୟ ହୋଇଥିଲା I ଏଥିରେ ଜଣେ ଜେସିଓ ଙ୍କ ସମେତ ମୋଟ ୫ଜଣ ଯବାନ ନିହତ ହୋଇଥିଲେ I ସହିଦ୍‌ ହୋଇଥିବା ଯବାନଙ୍କ ବଳିଦାନକୁ ଖାଲି ଯିବାକୁ ଦେଇନାହିଁ ଭାରତୀୟ ସେନା I ଏହାର ଉପଯୁକ୍ତ ପ୍ରତିଶୋଧ ନେଇଛି ଭାରତୀୟ ସେନା । ଜାମ୍ମୁ-କାଶ୍ମୀରର ସୋପିଆନ୍‌ରେ ଭାରତୀୟ ସେନା ୩ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଜଣଙ୍କ ପରିଚୟ ମିଳିଛି । ସେ ଗାଂଦରବଳର ମୁଖତାର୍‌ ଶାହା ବୋଲି ଜଣାପଡିଛି । ସମସ୍ତ ନିହତ ଆତଙ୍କବାଦୀ ଲସ୍କର ସଂଗଠନ ସହିତ ଜଡିତ ଥିବାର ମଧ୍ୟ ସୂଚନା ମିଳିଛି । ଅନ୍ୟପଟେ ଘଟଣାସ୍ଥଳରୁ ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଛି ଭାରତୀୟ ସେନା ।ଖବର ଅନୁଯାୟୀ, ଜାମ୍ମ-କାଶ୍ମୀରର ସୋପିଆନ୍‌ରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ସେନାକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରସେନ୍‌ । ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନଟିକୁ ଚାରିପଟୁ ଘେରିଯାଇଥିଲେ ସେନା । ସେମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ଅନୁରୋଧ ମଧ୍ୟ କରିଥିଲେ । କିନ୍ତୁ ଆତଙ୍କବାଦୀମାନେ ପାଲଟା ସେନା ଉପରକୁ ଗୁଳିମାଡ଼ କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ଭାରତୀୟ ସେନା । ଦୀର୍ଘ ସମୟ ଧରି ଚାଲିଥିବା ଗୁଳିବିନିମୟର ୩ଜଣ ଲସ୍କର ଆତଙ୍କୀ ନିହତ ହୋଇଥିବା ଜଣାପଡିଛି I

Leave A Reply

Your email address will not be published.