ଆକାଶମାର୍ଗ ରୁ ହିମାଚଳ ବନ୍ୟାଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

128

ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶର ମଣ୍ଡି ଏବଂ କୁଲୁର ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଆକାଶ ମାର୍ଗରୁ ପରିଦର୍ଶନ କରିଛନ୍ତି ମୋଦି l ଏବଂ ପରିଦର୍ଶନ ପରେ ୧୫୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । ମୋଦି ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ ହିମାଚଳ ପ୍ରଦେଶରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ ଆକାଶ ମାର୍ଗରୁ ସର୍ଭେ କଲି । ଏହି କଷ୍ଟକର ସମୟରେ ଆମେ ଲୋକଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛୁ ଏବଂ ପ୍ରଭାବିତ ଲୋକଙ୍କୁ ସହାୟତା ଜାରି ରଖିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରାଯାଉଛି ।’ ହିମାଚଳ ପ୍ରଦେଶକୁ ୧୫୦୦ କୋଟି ଟଙ୍କାର ଆର୍ଥିକ ସହାୟତା ସହିତ, କେନ୍ଦ୍ର ସରକାରଙ୍କ SDRF ଏବଂ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ଦ୍ୱିତୀୟ କିସ୍ତି ମଧ୍ୟ ଆଗୁଆ ଜାରି କରାଯିବ । ଏହାସହ ହିମାଚଳ ପ୍ରଦେଶରେ ଭୂସ୍ଖଳନ ଏବଂ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପୁନଃନିର୍ମାଣ କରାଯିବ । ଜାତୀୟ ରାଜପଥ ମରାମତି କରାଯିବ, ସ୍କୁଲଗୁଡ଼ିକ ପୁନଃନିର୍ମାଣ କରାଯିବ । ଏହା ସହିତ ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି ଅଧୀନରେ ମଧ୍ୟ ସାହାଯ୍ୟ ମିଳିବ । ପଶୁପାଳନ ପାଇଁ ମିନି କିଟ୍ ମଧ୍ୟ ପ୍ରଦାନ କରାଯିବ ବୋଲି ସୂଚନା ରହିଛି । ସେହିପରି ମୃତକଙ୍କୁ ୨-୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି l

Comments are closed, but trackbacks and pingbacks are open.