ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ବୋର୍ଡ (BCCI) ୧୬ ସେପ୍ଟେମ୍ବରରୁ ଅଷ୍ଟ୍ରେଲିଆ-ଏ ବିପକ୍ଷରେ ଖେଳାଯିବାକୁ ଥିବା ୨ଟି ଅଣଆନୁଷ୍ଠାନିକ ଟେଷ୍ଟ ମ୍ୟାଚ୍ ପାଇଁ ଭାରତ-ଏ ଦଳ ଘୋଷଣା କରିଛି। ଶ୍ରେୟସ ଆୟରଙ୍କୁ ଏହି ଦଳର ଅଧିନାୟକ କରାଯାଇଛି। ପ୍ରକାଶ ଯେ, ଲକ୍ଷ୍ନୌରେ ଭାରତ-ଏ ଏବଂ ଅଷ୍ଟ୍ରେଲିଆ-ଏ ମଧ୍ୟରେ ୨ଟି ଅଣଆନୁଷ୍ଠାନିକ ଟେଷ୍ଟ ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ୧୬ ରୁ ୧୯ ସେପ୍ଟେମ୍ବର ଏବଂ ଦ୍ୱିତୀୟ ମ୍ୟାଚ୍ ୨୩ ରୁ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଖେଳାଯିବ। ଅଷ୍ଟ୍ରେଲିଆ-ଏ ବିପକ୍ଷରେ ୨ଟି ଟେଷ୍ଟ ପାଇଁ ଭାରତ-ଏ ଦଳ: ଶ୍ରେୟସ ଆୟର (ଅଧିନାୟକ), ଅଭିମନ୍ୟୁ ଈଶ୍ୱରନ୍, ଏନ ଜଗଦୀସନ (ୱିକେଟକିପର), ସାଇ ସୁଦର୍ଶନ, ଧ୍ରୁବ ଜୁରେଲ (ଉପ-ଅଧିନାୟକ ଏବଂ ୱିକେଟକିପର), ଦେବଦତ୍ତ ପାଡିକ୍କଲ, ହର୍ଷ ଦୁବେ, ଆୟୁଷ ବଦୋନି, ନୀତିଶ କୁମାର ରେଡ୍ଡୀ, ତନୁଶ କୋଟିଆନ, ପ୍ରସିଦ୍ଧ କୃଷ୍ଣ, ଗୁରନୁର ବ୍ରାର, ଖଲିଲ ଅହମ୍ମଦ, ମାନବ ସୁଥାର ଏବଂ ଯଶ ଠାକୁର। ପ୍ରକାଶ ଯେ, ଅଷ୍ଟ୍ରେଲିଆ-ଏ ବିପକ୍ଷରେ କେଏଲ ରାହୁଲ ଏବଂ ମହମ୍ମଦ ସିରାଜ ମଧ୍ୟ ଭାରତ-ଏ ପାଇଁ ଖେଳିବେ। ତଥାପି ଉଭୟ ଭାରତୀୟ ତାରକା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳିବେ। କେଏଲ ରାହୁଲ ଏବଂ ମହମ୍ମଦ ସିରାଜ ଦ୍ୱିତୀୟ ଅଣଆନୁଷ୍ଠାନିକ ଟେଷ୍ଟ ମ୍ୟାଚ୍ ପାଇଁ ଦଳରେ ସାମିଲ ହେବେ। ପ୍ରଥମ ଅଣଆନୁଷ୍ଠାନିକ ଟେଷ୍ଟ ପରେ ଉଭୟ ଭାରତୀୟ ତାରକା ଦଳରେ ଦୁଇଜଣ ଖେଳାଳିଙ୍କୁ ବଦଳାଇବେ।
Comments are closed, but trackbacks and pingbacks are open.