ଭୁବନେଶ୍ୱର: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ପ୍ରଥମ ସେମିକଣ୍ଡକ୍ଟର ଚିପ୍କୁ ଉନ୍ମୋଚନ କରାଯାଇଛି ଏବଂ ତାହାକୁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସ୍ୱରୂପ ଦେଇଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ନୂଆଦିଲ୍ଲୀରେ ଆୟୋଜିତ ସେମିକନ୍ ଇଣ୍ଡିଆ-୨୦୨୫ରେ ଏହି ଚିପ୍ ପ୍ରଦାନ କରାଯାଇଛି । ଏନ୍ଆଇଟି ରାଉରକେଲାରେ ପ୍ରସ୍ତୁତ ୨ଟି ଓ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ପ୍ରସ୍ତୁତ ଗୋଟିଏ ଚିପ୍ ପ୍ରଦାନ କରିଛନ୍ତି ଅଶ୍ବିନୀ ବୈଷ୍ଣବ । ସେମିକନ୍ ଇଣ୍ଡିଆ ୨୦୨୫ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚାରିଟି ଅନୁମୋଦିତ ସେମିକଣ୍ଡକ୍ଟର ପ୍ରକଳ୍ପର ‘ବିକ୍ରମ’ ୩୨-ବିଟ୍ ପ୍ରୋସେସର୍ ଓ ପରୀକ୍ଷଣ ଚିପ୍ ପ୍ରଦାନ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମିଲ ହୋଇଛନ୍ତି । ସେମିକନ୍ ଇଣ୍ଡିଆ-୨୦୨୫ରେ ଓଡ଼ିଶା ପାଭିଲିୟନକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେମିକଣ୍ଡକ୍ଟର ଶିଳ୍ପ କ୍ଷେତ୍ରରେ ପର୍ଯ୍ୟାପ୍ତ ନିବେଶ ସୁଯୋଗ ରହିଥିବାରୁ ଏଥିରେ ସାମିଲ ହୋଇ କିପରି ଓଡିଶା ଭାଗିଦାରୀ ହୋଇପାରିବ ସେନେଇ ପ୍ରସ୍ତାବ ରଖିଛନ୍ତି । ସେମିକନ୍ ଇଣ୍ଡିଆ ୨୦୨୫ର ଐତିହାସିକ ମୁହୂର୍ତ୍ତରେ ଓଡ଼ିଶା ଭାଗୀଦାର ହୋଇପାରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେମିକଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶାରେ ବଡ଼ ସମ୍ଭାବନା ରହିଛି । ସେମିକଣ୍ଡକ୍ଟର ସାଧାରଣତଃ ସିଲିକନ୍ରୁ ତିଆରି ଏକ ଚିପ୍ ଯାହାକି, ଟ୍ରାଞ୍ଜିଷ୍ଟର, ଡାୟୋଡ୍ ଏବଂ ଇଣ୍ଟିଗ୍ରେଟେଡ୍ ସର୍କିଟ୍ ନିର୍ମାଣରେ ସହାୟକ ହୁଏ, କମ୍ପ୍ୟୁଟର, ଲାପଟପ, ସ୍ମାର୍ଟ ଟିଭି, ମୋବାଇଲ ଫୋନ୍ଇଲେକ୍ଟ୍ରୋନିକ୍ ଓ ଇଲେକ୍ଟ୍ରିକାଲ ଗ୍ୟାଜେଟ୍ରେ ସେମିକଣ୍ଡକ୍ଟର ଜରୁରୀ, ସ୍ୱାସ୍ଥ୍ୟ, ପ୍ରତିରକ୍ଷା ଓ ସାଟେଲାଇଟ୍ ଭଳି କ୍ଷେତ୍ରରେ ଏହାର ବ୍ୟବହାର ମଧ୍ୟ ରହିଛି । ଭୁବନେଶ୍ୱରରେ ଦୁଇଟି ସେମିକଣ୍ଡକ୍ଟର ୟୁନିଟ୍ ପ୍ରତିଷ୍ଠା କରିବାକୁ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି କରିଛି । ଏଥିପାଇଁ ୧ ହଜାର ୯୪୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
Comments are closed, but trackbacks and pingbacks are open.