୪ ଜିଲ୍ଲା ପାଇଁ ୧୨୮୦ କୋଟି ଟଙ୍କା ବ୍ୟୟ ରେ ହେବ ମେଗା ପାନୀୟ ଜଳ ପ୍ରକଳ୍ପ : କ୍ୟାବିନେଟରେ ମଞ୍ଜୁରୀ

31

ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ପଂଚାୟତିରାଜ ମନ୍ତ୍ରୀ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ରାଜ୍ୟର ଗଞ୍ଜାମ, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ପାଇଁ ପ୍ରାୟ ୧୨୮୦କୋଟି ଟଙ୍କାର ମେଗା ପାଇପ୍ ପାଣି ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହାଦ୍ୱାରା ପ୍ରାୟ ୧୨ଲକ୍ଷ ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦିଆଯିବ । ସମସ୍ତଙ୍କ ଘରକୁ ପାଇପ୍ ଯୋଗେ ପାଣି ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।
ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ରଙ୍ଗେଇଲୁଣ୍ଡା ର ୭ଟି ବ୍ଲକର ୭୧ଟି ପଂଚାୟତର ୯୭୫ଟି ଗାଁର ୨.୭୯ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ଏଲଆଣ୍ଡଟି ୬୫୭.୫୭କୋଟି ଟଙ୍କାର ଟେଣ୍ଡର ନେଇଛି । ଏହି ପ୍ରକଳ୍ପକୁ ୨୪ମାସ ମଧ୍ୟରେ ସାରିବା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ୨୨ଟି ପଂଚାୟତର ୩୩୮ଟି ଗାଁର ୧ଲକ୍ଷ ୨୭ହଜାର ଲୋକ ଓ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର ୧୨ଟି ପଂଚାୟତ, ଫୁଲବାଣୀ ବ୍ଲକର ୧୧ଟି ପଂଚାୟତ, ଚକାପାଦ ବ୍ଲକର ୫ଟି ପଂଚାୟତ, ଖଜୁରୀପଡ଼ା ବ୍ଲକର ୧୨ଟି ପଂଚାୟତ, ଜି.ଉଦୟଗିରି ବ୍ଲକର ୨ଟି ପଂଚାୟତ, କେ.ନୂଆଗାଁ ବ୍ଲକର ୬ଟି ପଂଚାୟତରେ ଏହି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କରିବ I

ଏହାସହିତ ରାଜ୍ୟ କ୍ୟାବିନେଟରେ ଅନ୍ୟାନ୍ୟ ମୋଟ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

Leave A Reply

Your email address will not be published.