କରୋନା ଟିକାର ବୁଷ୍ଟର ଡୋଜ୍‌ :ଅନୁମତି ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

0 104

କରୋନା ଟିକାର ବୁଷ୍ଟର ଡୋଜ୍‌ ସପକ୍ଷରେ ମତ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ବୁଷ୍ଟର ଡୋଜ ର ଆବଶ୍ୟକତା ପଡିବ ନାହିଁ ବୋଲି ବାରଣ କରୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ଆବଶ୍ୟକତାକୁ ଉପଲବ୍ଧି କଲାଣି । କରୋନା ନିଜର ରୂପ ବଦଲାଇ ବିଭିନ୍ନ ପ୍ରଜାତିର କାୟା ବିସ୍ତାର କଲାଣି , ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହା ମଧ୍ୟ କହିଛି ଯେ ୬୦ ବର୍ଷରୁ ଉର୍ଧ୍ଵ ଓ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତି ଏହି ବୁସ୍ତର ଡୋଜ ନେଇପାରିବେ,କାରଣ ସେମାନଙ୍କ ଆକ୍ରାନ୍ତ ହେବାର ଆଶଙ୍କା ଅଧିକା ରହିଥାଏ I

ତେଣୁ ଏପରି ସ୍ଥିତିରେ ସେମାନଙ୍କୁ ସୁରକ୍ଷା ଦେବାକୁ ହେଲେ କରୋନା ଟିକାର ତୃତୀୟ ଡୋଜ୍‌ ଦେବାକୁ ପଡ଼ିବ। ସେହିପରି ବୟସ୍କଙ୍କୁ ମଧ୍ୟ ବୁଷ୍ଟର ଡୋଜ୍‌ ଦିଆଯିବା ଉଚିତ। ଯେକୌଣସି ସ୍ୱୀକୃତିପ୍ରାପ୍ତ କରୋନା ଟିକାକୁ ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର କରାଯାଇପାରିବ।
ତେବେ ଏହି ବୁଷ୍ଟର ଡୋଜ୍‌ ସାଧାରଣ ସ୍ୱାସ୍ଥ୍ୟବାନ ଲୋକମାନେ ନେବା ଉଚିତ ନୁହେଁ। ଅତିକମରେ ଚଳିତ ବର୍ଷ ସରିବା ଯାଏ କୌଣସି ସାଧାରଣ ଲୋକ କରୋନା ଟିକାର ତୃତୀୟ ଡୋଜ୍‌ ନିଅନ୍ତୁ ନାହିଁ ବୋଲି ହୁ’ ପକ୍ଷରୁ ପରାମର୍ଶ ଦିଆଯାଇଛି।
ସେହିପରି ଚାଇନାର ସିନୋଭାକ୍ ଓ ସିନୋଫାର୍ମ ଟିକାର ଦୁଇଟି ଯାକ ଡୋଜ୍‌ ନେଇ ସାରିଥିବା ୬୦ ବର୍ଷ ବୟସରୁ ଅଧିକ ବୟସ୍କଙ୍କୁ ଏହାର ତୃତୀୟ ଡୋଜ୍‌ ଦିଆଯାଇପାରିବ।
ସେପ୍ଟେମ୍ବର ସୁଦ୍ଧା ସବୁ ରାଷ୍ଟ୍ରର ୧୦% ଲେଖାଏ ଲୋକଙ୍କୁ କରୋନା ଟିକାର ଡୋଜ୍‌ ଦେବାକୁ ହୁ’ ଲକ୍ଷ୍ୟ ରଖିଥିଲା। କିନ୍ତୁ ଏହି ଟାର୍ଗେଟ ମାତ୍ର ୫୬% ପୂରଣ ହୋଇଛି। ଗରିବ ରାଷ୍ଟ୍ରଗୁଡ଼ିକରେ ଟିକାକରଣ ଆଶାତୀତ ଭାବେ କମ ରହିଥିଲେ ହେଁ ଧନୀ ରାଷ୍ଟ୍ରରେ ଏହା ୯୦% ରହିଛି।
ଭାରତରେ ମଧ୍ୟ କରୋନା ଟିକାକରଣ ୧୦୦ କୋଟି ହେବାକୁ ଥିବାବେଳେ କିନ୍ତୁ ଗରିବ ଦେଶମାନଙ୍କରେ ଏଯାଏ ୫% ଲୋକ ମଧ୍ୟ ଟିକା ନେବାକୁ ସକ୍ଷମ ହୋଇନାହାନ୍ତି।

Leave A Reply

Your email address will not be published.