ଭାରତ-ଚୀନ ତ୍ରୋୟଦଶ ସାମରିକ କଥାବାର୍ତା ବିଫଳ

32

ପୂର୍ବ ଲଦାଖ (ଏଲଏସି) ରେ ଦେଖାଦେଇଥିବା ବିବଦକୁ ନେଇ ରବିବାର ସାନ୍ଧ୍ୟ ୭ ଟା ରେ ଚୁଷୁଲ-ମାଲଡୋ ସୀମାରେ ହୋଇଥିବା ତ୍ରୋୟଦଶ ସାମରିକ କଥାବାର୍ତା ବିଫଳ ହୋଇଛି I ଭାରତ ର ଗଠନ ମୂଳକ ପ୍ରସ୍ତାବ ରେ ଚୀନ ରାଜି ହୋଇନାହିଁ ଇ ଏହାବାଦ ଚୀନ ନିଜ ଆଡୁ କୌଣସି ଗଠନ ମୂଳକ ପ୍ରସ୍ତାବ ମଧ୍ୟ ଦେଇନାହିଁ I ତେଣୁ ଏହି କଥାବାର୍ତା ଏକ ପ୍ରକାର ନିଷ୍ଫଳ ହୋଇଛିବୋଲି କୁହାଯାଉଛି I ଏଲଏସି ହଟସ୍ପ୍ରିଙ୍ଗ ଓ ଦେଶପାଙ୍ଗ ଅଂଚଳ ରୁ ସୈନ୍ୟ ପ୍ରେୟହାର କରିବା ନେଇ ଭାରତ ପ୍ରସ୍ତାବ ଦେଇଥିବାବେଳେ ଚୀନ ଏହାକୁ ଗ୍ରହଣ କରି ନଥିଲା I ଭାରତପଟୁ ସେନାର କ୍ରପ୍ସ କମାଣ୍ଡର ପିଜିକେ ମେନାନ ନେତୃତ୍ୱ ନେଇଥିଲେ I ଦୁଇ ପକ୍ଷ ମଧ୍ୟ ରେ ପ୍ରାୟ ୮ ଘଣ୍ଟା ଧରି ଆଲୋଚନା ହୋଇଥିଲା I ଚୀନ ଏଲଏସିର ସ୍ଥିତାବସ୍ଥାରେ ଏକପାଖିଆ ହସ୍ତକ୍ଷେପ କରୁଥିବାରୁ ବିବାଦ ଦେଖାଦେଇଛି I
ସୀମା ବିବାଦ କୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ନିକଟରେ ଦୁଇ ଦେଶ ର ବୈଦେଶିକ ମନ୍ତ୍ରୀ ଆଲୋଚନା କରିଥିଲେ I ଏହି ଆଲୋଚନା ମାଧ୍ୟମରେ ସାମରିକ କଥାବାର୍ତା ହୋଇଥିଲା I

Leave A Reply

Your email address will not be published.