କଟକ ରେଳ ଷ୍ଟେସନରେ ଅଘଟଣ, ଭୁଶୁଡ଼ିଲା ପ୍ଲାଟଫର୍ମର ଛାତ

167

କଟକ ରେଳ ଷ୍ଟେସନରେ ଅଘଟଣ। ଭୁଶୁଡ଼ିଲା ପ୍ଲାଟଫର୍ମର ଛାତ। ନବୀକରଣ କାମ ଚାଲୁଥିବା ବେଳେ ଭୁଶୁଡ଼ି ପଡ଼ିଲା ଛାତ। ପ୍ଲାଟଫର୍ମ-୧ ଓ ୨ ରେ ଭୁଶୁଡ଼ିଲା ନିର୍ମାଣାଧୀନ ଛାତ। ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଛାତ ଭୁଶୁଡ଼ିଥିବା ସୂଚନା ମିଳିଛି। ରେଳ ଧାରଣା ଉପରେ ପଡ଼ିଛି ଭୁଶୁଡ଼ି ପଡ଼ିଥିବା ଛାତ। ଯାହା ଯୋଗୁଁ କିଛି ଟ୍ରେନର ଯାତାୟତ ମଧ୍ୟ ବିଳମ୍ୱିତ ହେଉଥିବା ସୂଚନା ମିଳିଛି।ଉପର ସେଡର କିଛି ଅଂଶ ମଧ୍ୟ ଟ୍ରାକ୍ ଉପରେ ପଡ଼ି ରହିଛି। ହେଲେ ଏଯାଏଁ କୌଣସି ଶ୍ରମିକ କିମ୍ୱା କୌଣସି ଯାତ୍ରୀଙ୍କର କ୍ଷୟକ୍ଷତିର ପୂରା ରିପୋର୍ଟ ଆସିନାହିଁ।

Comments are closed, but trackbacks and pingbacks are open.