ଦଶହରା,ଦୀପାବଳି ଓ କାର୍ତ୍ତିକ ପୂର୍ଣ୍ଣିମାରେ ଭକ୍ତଙ୍କୁ ଶ୍ରୀମନ୍ଦିର ମନା

28

ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ଅନୁସାରେ ଦଶହରା ଦିନ ସାଧାରଣ ଦର୍ଶନ ବନ୍ଦ ରହିବ। ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ। କିନ୍ତୁ ୨୦ ତାରିଖରେ ପଡୁଥିବା କୁମାରପୂର୍ଣ୍ଣିମା ଦିନ ଶ୍ରୀମନ୍ଦିର ଖୋଲା ରହିବ। ଭକ୍ତମାନେ ନିୟମ ଅନୁସାରେ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ । । ବୈଠକ ଶେଷ ହେବା ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରୀଶନ କୁମାର। ଠିକ୍‌ ସେହିପରି ନଭେମ୍ବର ମାସରେ ସମସ୍ତ ରବିବାର ସମେତ ୪ ତାରିଖରେ ଦୀପାବଳି ଓ ୧୬ରେ କାର୍ତ୍ତିକ ମାସ ବଡ଼ ଏକାଦଶୀ, ୧୯ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିବ।
ଶ୍ରୀମନ୍ଦିର ସେବାୟତଙ୍କ ପାରମ୍ପରିକ ବେଶଭୁଷା ଉପରେ ଆଜିର ବୈଠକରେ ଗୁରୁତ୍ୱାରୋପ କରାଯାଇଛି। କୁମାରପୂର୍ଣ୍ଣିମାରୁ ସେବାୟତମାନେ ପାରମ୍ପରିକ ବେଶ ରେ ଭିତରକାଠରୁ ଗର୍ଭଗୃହକୁ ଯାଇପାରିବେ। ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ଲାଗୁ ହେବ। ଦୀପାବଳୀଠାରୁ ଶ୍ରୀମନ୍ଦିର କର୍ମଚାରୀମାନେ ସ୍ୱତନ୍ତ୍ର ବେଶ ପୋଷାକରେ ଶ୍ରୀମନ୍ଦିରକୁ ଯିବେ। ଏହାପରେ ଏହି କଟକଣା ପରବର୍ତ୍ତୀ ସମୟରେ ଭକ୍ତଙ୍କ କ୍ଷେତ୍ରରେ ଲାଗୁ ହେବାର ସମ୍ଭାବନା ରହିଛି।
ସେପଟେ ଆନନ୍ଦବଜାରରୁ କିଭଳି ସୃଙ୍ଖଳିତ ଭାବେ ଭକ୍ତ ମହାପ୍ରସାଦ ପାଇପାରିବେ ତାହା ଉପରେ ଆଜିର ବୈଠକରେ ଆଲୋଚନା ହୋଇଥିଲା। ସେହିପରି କୋଭିଡ଼ ସମୟରେ ହବିଷ୍ୟାଳୀ ନଆସିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ପ୍ରଶାସକ।

Leave A Reply

Your email address will not be published.