ଜାରି ରହିବ ରୁଷରୁ ତେଲ କିଣିବା: ଟ୍ରମ୍ଫଙ୍କ ଶୁଳ୍କ ଧମକ ମଧ୍ୟରେ ଇଣ୍ଡିଆନ୍ ଅଏଲ୍ ର ନିଷ୍ପତ୍ତି

291

ନୂଆଦିଲ୍ଲୀ: ସରକାରୀ ମାଲିକାନା ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (IOC), ଯାହାକୁ ଇଣ୍ଡିଆନ୍ ଅଏଲ୍ ମଧ୍ୟ କୁହାଯାଏ, ଏକ ବଡ଼ ନିଷ୍ପତ୍ତି ନେଇଛି। ସୋମବାର କମ୍ପାନୀ କହିଛି ଯେ, ଏହା ଚଳିତ ତ୍ରୈମାସିକରେ ମଧ୍ୟ ରୁଷରୁ ଅଶୋଧିତ ତୈଳ କିଣିବା ଜାରି ରଖିବ। କମ୍ପାନୀ କହିଛି ଯେ, ଏହା କମ୍ପାନୀର ଆର୍ଥିକ ଅବସ୍ଥା ଉପରେ ନିର୍ଭର କରିବ। ତଥାପି କମ୍ପାନୀ ଏହା ମଧ୍ୟ କହିଛି ଯେ, ରୁଷ ବ୍ୟାରେଲ୍ ଉପରେ ରିହାତି କେବଳ ବ୍ୟାରେଲ୍ ପ୍ରତି ୧.୫-୨ ଡଲାର କୁ ହ୍ରାସ ପାଇଛି। ଭାରତ ଆମେରିକାର ଶୁଳ୍କ ଆଶଙ୍କାର ସମ୍ମୁଖୀନ ହେଉଥିବା ସମୟରେ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ କହିଛନ୍ତି ଯେ, ଯଦି ଭାରତ ରୁଷରୁ ଅଶୋଧିତ ତୈଳ କିଣିବା ଜାରି ରଖେ, ତେବେ ଏହାକୁ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଦେବାକୁ ପଡିବ। ପ୍ରକାଶ ଯେ, ୨୦୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ରୁଷୀୟ ତୈଳର ଅଂଶ IOCL ର ଆମଦାନୀର ୨୪ ପ୍ରତିଶତ ଥିଲା, ଯାହା ୨୦୨୫ ରେ ୨୨ ପ୍ରତିଶତ ଥିଲା। କମ୍ପାନୀ କହିଛି, ଗତ ବର୍ଷ ଆମେ ରୁଷରୁ ପ୍ରାୟ ୨୨ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ କରିଥିଲୁ। ୨୦୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଏହା ପ୍ରାୟ ୨୪ ପ୍ରତିଶତ ଥିଲା। ଏହି ତ୍ରୈମାସିକରେ ଆମେ ଆମର ଆର୍ଥିକ ପରିସ୍ଥିତି ଆଧାରରେ ରୁଷୀୟ ଅଶୋଧିତ ତୈଳ କିଣିବା ଜାରି ରଖିବୁ।

Comments are closed, but trackbacks and pingbacks are open.