ବିଏସଏନଏଲ ର 4G ସେବା ଆରମ୍ଭ

30

ଭାରତ ସରକାରଙ୍କ ଅଧୀନରେ ଥିବା ବିଏସଏନଲ ଏବେ ଦେଶର ବିଭିନ୍ନ ଅଞ୍ଚଳରେ ୪ଜି ନେଟୱର୍କ ସେବା ପ୍ରଦାନ କରୁଛି I ଏହି ଅବସରରେ ବିଏସଏନଏଲ୍ ଆଜି ତା’ର ୪ଜି ନେଟୱର୍କର ପରୀକ୍ଷଣ କରିଛି। ଏହି ପରୀକ୍ଷଣ ଚଣ୍ଡିଗଡ଼ରେ ହୋଇଛି। ଏହି ୪ଜି ଉପକରଣକୁ ଟିସିଏସ୍ ଓ C-DoT ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି। ଉପକରଣକୁ ଟିସିଏସ୍ ଓ C-DoT ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି। କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଏସଏନଏଲର ୪ଜି ନେଟୱର୍କରେ ପ୍ରଥମ କଲ୍ କରିଛନ୍ତି। ମନ୍ତ୍ରୀ ଶ୍ରୀ ବୈଷ୍ଣବ ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ବିଏସଏନଏଲର ଭାରତୀୟ ୪ଜି ନେଟୱର୍କରେ ପ୍ରଥମ ଫୋନ୍ କଲ କରିଛି। ପିଏମ୍ ନରେନ୍ଦ୍ର ମୋଦିଙ୍କର ଆତ୍ମନିର୍ଭର ଭାରତ ଭିଜନର ସଫଳ ରୂପାନ୍ତର ହୋଇଛି।
ଏହି ପରୀକ୍ଷଣ ପାଇଁ ଟିସିଏସ୍ ଚଣ୍ଡିଗଡ଼ର ୫ଟି ଅଞ୍ଚଳରେ ୪ଜି ରେଡିଓ ଉପକରଣ ଲଗାଇଛି। ଆଗାମୀ ୫ ଜି ଟେକନିକ୍ ୪ଜି ତୁଳନାରେ ୧୦ଗୁଣା ଅଧିକ ଡାଉନଲୋଡ୍ ସ୍ପୀଡରେ ଚାଲିବ। ଏହାସହ ସ୍ପେକ୍ଟ୍ରମରୁ ତିନି ଗୁଣା ଅଧିକ ଦକ୍ଷ ହେବ ବୋଲି ଟେଲିକମ୍ ସଚିବ କହିଛନ୍ତି।
। ତେବେ ସାରା ଦେଶରେ ବିଏସଏନଲ ୪ଜି ର ପ୍ରଚାର ପ୍ରସାର ଲାଗି ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ୪ଜି ସିମ୍ ମାଗଣାରେ ଯୋଗାଇଦେବାକୁ ଘୋଷଣା କରିଛି।

Leave A Reply

Your email address will not be published.