ଆଜି ମା’ଦୁର୍ଗାଙ୍କ ଷଷ୍ଠୀ ପୂଜା, ଟ୍ୱିନ ସିଟି ରେ ଲାଗୁହେବ ରାତ୍ରିକାଳୀନ କର୍ଫ୍ୟୁ

29

ଆଜି ମା’ ଦୁର୍ଗାଙ୍କ ଷଷ୍ଠୀ ପୂଜା ହେଉଛି I ପୂଜା ସମୟରେ ସଂକ୍ରମଣ ବଢିବା ଆଶଙ୍କା ଥିବାରୁ ଟ୍ୱିନ ସିଟିରେ ଲାଗୁହେଉଛି ରାତ୍ରିକାଳୀନ କର୍ଫ୍ୟୁ Iଏହି ରାତ୍ରି କାଳୀନ କର୍ଫ୍ୟୁ ଆଜିରାତି ଠାରୁ ଆରମ୍ଭ ହୋଇ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ( ରାତି ୮ଟାରୁ ଭୋର୍ ୫ଟା )ଯାଏଁ ଲାଗୁ ହେବ I
ପାର୍ବଣ ସମୟ ରେ ବଜାରରେ ଗହଳି ହେବା ଯୋଗୁ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି। ତେଣୁ ଏହାକୁ ନିୟନ୍ତ୍ରଣ କରିବାକୁ ପୁଲିସ୍‌ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏହି ସମୟରେ ଲୋକମାନେ ନିୟମ ପାଳନରେ ସହଯୋଗ କରିବାକୁ ପୋଲିସ କମିଶନର ଅପିଲ୍ କରିଛନ୍ତି । ତେବେ ଏହି କଟକଣା ନମାନିଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଏନେଇ ପୁଲିସ୍‌ କମିଶନର କହିଛନ୍ତି, ଯେପରି ରାତି ୮ଟା ପରେ କଟକ, ଭୁବନେଶ୍ୱରରେ କଟକଣାକୁ କଡ଼ାକଡ଼ି ପାଳନ କରାଯିବା ସହ ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯିବ। ନିୟମ ଖିଲାପ କଲେ ଅମାନିଆ ଭୋଗିବେ ଦଣ୍ଡ । ଏଥିସହ ଦାଦାବଟିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। କିଏ ଦାଦାବଟି ଆଦାୟ କରୁଥିବାର ନଜର ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଦୁର୍ଗାପୂଜା ବେଳେ ସର୍ତକ ରହିବା ସହ ନିୟମ ପାଳନ କରିବାକୁ ଲୋକଙ୍କୁ ଅପିଲ କରିଛନ୍ତି ସିପି ।

Leave A Reply

Your email address will not be published.