ଭୁବନେଶ୍ୱର : ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ ପ୍ରକାଶ ପାଇଛି । ମୋଟ୍ ପାସ ହାର ୫୬.୨୩% ରହିଛି। ପ୍ରେସମିଟ୍ରେ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ମୋଟ୍ ୩୪୫୭ ଜଣ ଫର୍ମ ପୂରଣ କରିଥିଲେ, ୧୯୮୩ ଜଣ ପାସ୍ । ଷ୍ଟେଟ୍ ଓପନଡ଼୍ ସ୍କୁଲ୍ ସାର୍ଟିଫିକେଟ୍ରେ ୫୯୭୩ ଉତ୍ତୀର୍ଣ୍ଣ; ପାସ୍ ହାର ୫୫.୨୬ ।ଛାତ୍ର ଛାତ୍ରୀ ମାନେ ମୋବାଇଲ sms ମାଧ୍ୟମରେ ନିଜ ନିଜର ରେଜଲ୍ଟ ଜାଣିଥିଲେ। ଆସନ୍ତା ସୋମବାର ଦିନ ଛାତ୍ର ଛାତ୍ରୀ ମାନେ ସେମାନଙ୍କର ଡିଜିଟାଲ ସାର୍ଟିଫିକେଟ ୱେବସାଇଟରୁ ଡାଉନ ଲୋଡ କରିପାରିବେ। ଏକ ମାସ ପରେ ବିଦ୍ୟାଳୟରୁ ସାର୍ଟିଫିକେଟର ହାର୍ଡ କପି ଛାତ୍ରଛାତ୍ରୀ ମାନେ ସଂଗ୍ରହ କରିପାରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବୋର୍ଡର ସଭାପତି ଶ୍ରୀକାନ୍ତ ତାରାଇ। ଗତ ଜୁନ ୩୦ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ସପ୍ଲିମେଣ୍ଟାରୀ ଓ ଓପନ ସ୍କୁଲ ପରୀକ୍ଷା ଜୁଲାଇ ୧୦ ତାରିଖରେ ଶେଷ ହୋଇଥିଲା। ଜୁଲାଇ ୧୪ ତାରିଖରୁ ଖାତା ଦେଖା ହୋଇ ୨୦ ତାରିଖ ସୁଦ୍ଧା ଖାତା ଦେଖା ଶେଷ କରିବା ସହିତ ଦୁଇ ସପ୍ତାହ ମଧ୍ୟରେ ରେଜଲ୍ଟ ପ୍ରୋସେସିଂ ହୋଇଥିଲା।
Comments are closed, but trackbacks and pingbacks are open.