ଦଶମ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ମାରି ଅଡୁଆରେ ଶିକ୍ଷୟିତ୍ରୀ

307

ଭୁବନେଶ୍ୱର: ସରକାର ଶିକ୍ଷାର ବିକାଶ କ୍ଷେତ୍ରରେ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଉଛି। କୌଣସି ଛାତ୍ରଛାତ୍ରୀଙ୍କୁ ଶାରୀରିକ ଓ ମାନସିକ ଆଘାତ ନଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦେଶ ରହିଛି। ହେଲେ ସରକାରଙ୍କ ଏହି ନିର୍ଦ୍ଦେଶକୁ ଅଣଦେଖା କରୁଛନ୍ତି । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଦିଆଯିବା ସହ ମାଡ଼ ମାରି ଲହୁଲୁହାଣ କରାଯାଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଳକ ଦ୍ଵାରଗାଁ ସ୍ଥିତ ଆଦର୍ଶ ବିଦ୍ୟାଳୟରେ। ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଶିକ୍ଷୟିତ୍ରୀ ପ୍ରବଳ ମାଡ଼ମାରି ଲହୁଲୁହାଣ କରିଥିବା ନେଇ ଅଭିଯୋଗ ହୋଇଛି। ଛାତ୍ରୀଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯିବା ସହ ପରିବାର ପକ୍ଷରୁ ବ୍ଳକ ଶିକ୍ଷାଅଧିକାରୀଙ୍କୁ ଲିଖିତ ଅଭିଯୋଗ କରାଯାଇଛି।
ମିଳିଥିବା ଖବର ଅନୁଯାୟୀ ବିଦ୍ୟାଳୟରେ ୪ର୍ଥ ପିରିୟଡ ଚାଲିଥିବା ବେଳେ ଶିକ୍ଷୟିତ୍ରୀ ପ୍ରୀତି ସାଗରିକା ପଣ୍ଡା ଜୀବବିଜ୍ଞାନ ପାଠ ପଢାଉ ଥିଲେ। କୌଣସି କାରଣକୁ ନେଇ ଦଶପଲ୍ଲା ଏନଏସି ଅଧୀନସ୍ଥ କୁଞ୍ଜବନଗଡ଼ ଗ୍ରାମର ଜଣେ ଛାତ୍ରୀଙ୍କୁ ପ୍ରବଳ ମାଡ଼ ମାରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଶିକ୍ଷୟିତ୍ରୀ ଗାଲକୁ ଚାପୁଡ଼ା ମାରିଥିଲେ ଓ ଶିକ୍ଷୟିତ୍ରୀଙ୍କ ମାଡ଼ରେ ସେ ତଳେ ଖସି ପଡ଼ିଥିଲେ। ଗତକାଲି ୧୨ଟା ୪୦ ମିନିଟ୍ ସମୟରେ ଏଭଳି ଘଟଣା ଘଟିଥିବା ବେଳେ ଏହାର ସିସିଟିଭି ଫୁଟେଜକୁ ଯାଞ୍ଚ କରାଗଲେ ସତ୍ୟତା ଜଣାପଡ଼ିବ ବୋଲି ଛାତ୍ରୀଙ୍କ ଦାଦା ଅନିଲ କୁମାର ସିଂହ ଦାବି କରିଛନ୍ତି। ଏଭଳି ମାଡ଼ ଦ୍ଵାରା ଛାତ୍ରୀଙ୍କ ଗାଲ ଓ କାନରେ ଗଭୀର ଆଘାତ ଲାଗିବା ସହ ଯନ୍ତ୍ରଣା ହେଉଥିବା ସେ କହିଛନ୍ତି। ଯାହାକି ଘଟଣାର ବିଧିବଦ୍ଧ ତଦନ୍ତ କରାଯିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ପକ୍ଷରୁ ଦାବି ହୋଇଛି। ଏ ସମ୍ପର୍କରେ ବ୍ଲକ ଶିକ୍ଷାଅଧିକାରୀ ଭକ୍ତି ବିନୋଦ ସଲ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କୁ ଫୋନ କରିଥିବା ବେଳେ ସେ ଫୋନ ଉଠାଇ ନାହାନ୍ତି।

13 Comments
  1. kamagra aucun r x livraison nécessaire acceptée

    kamagra prix canada

  2. buy cheap enclomiphene price for prescription

    discount enclomiphene cost uk

  3. how to order androxal generic london

    cheapest buy androxal price canada

  4. order dutasteride generic where to buy

    buy dutasteride cost usa

  5. order flexeril cyclobenzaprine without a rx

    nextday flexeril cyclobenzaprine

  6. phizer brand gabapentin made in usa

    ordering gabapentin canada low cost

  7. buy fildena online without prescription

    fildena prices us

  8. staxyn overnight delivery saturday

    buy staxyn australia over the counter

  9. get itraconazole usa buy online

    buying itraconazole price dubai

  10. purchase avodart cost tablet

    online order avodart toronto canada

  11. buying xifaxan cheap store

    buy xifaxan united kingdom

  12. buying rifaximin generic pharmacy canada

    buying rifaximin generic uk

  13. fedex dodání kamagra

    kamagra levné přes noc fedex

    kamagra 20

Comments are closed, but trackbacks and pingbacks are open.