ସାଂସଦଙ୍କ ପାଇଁ ନବନିର୍ମିତ ଫ୍ଲାଟଗୁଡିକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

157

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ବାବା ଖରକ ସିଂହ ମାର୍ଗରେ ସାଂସଦମାନଙ୍କ ପାଇଁ ନବନିର୍ମିତ ୧୮୪ଟି ଟାଇପ୍ – ୭ ବହୁତଳ ବିଶିଷ୍ଟ ଫ୍ଲାଟ୍ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେ କିଛି ଦିନ ତଳେ କର୍ତ୍ତବ୍ୟ ପଥଠାରେ କର୍ତ୍ତବ୍ୟ ଭବନ ଭାବରେ ଜଣାଶୁଣା ସାଧାରଣ କେନ୍ଦ୍ରୀୟ ସଚିବାଳୟକୁ ଉଦଘାଟନ କରିଥିଲେ ଏବଂ ଆଜି ତାଙ୍କୁ ସାଂସଦମାନଙ୍କ ପାଇଁ ଏକ ନବନିର୍ମିତ ଆବାସିକ କମ୍ପ୍ଲେକ୍ସ ଉଦଘାଟନ କରିବାର ସୁଯୋଗ ମିଳିଛି। ଭାରତର ଚାରୋଟି ମହାନ ନଦୀର ନାମ, ଯଥା : କୃଷ୍ଣା, ଗୋଦାବରୀ, କୋଶୀ ଏବଂ ହୁଗଳି ନାମରେ ନାମିତ ହୋଇଥିବା ଏହି କମ୍ପ୍ଲେକ୍ସର ଚାରୋଟି ଟାୱାର ସମ୍ପର୍କରେ ସେ ଉଲ୍ଲେଖ କରି କହିଥିଲେ ଯେ ଲକ୍ଷ ଲକ୍ଷ ଲୋକଙ୍କୁ ଜୀବନ ଦେଉଥିବା ଏହି ନଦୀଗୁଡ଼ିକ ଏବେ ଜନପ୍ରତିନିଧିଙ୍କ ଜୀବନରେ ଆନନ୍ଦର ଏକ ନୂତନ ଧାରା ପ୍ରବାହିତ କରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ନଦୀକୁ ନେଇ ନାମକରଣ ପରମ୍ପରା ଦେଶକୁ ଏକତାର ସୂତ୍ରରେ ବାନ୍ଧିଥାଏ। ନୂତନ କମ୍ପ୍ଲେକ୍ସ ଦିଲ୍ଲୀରେ ସାଂସଦମାନଙ୍କ ପାଇଁ ଜୀବନଧାରଣର ସହଜତା ବୃଦ୍ଧି କରିବ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ଦିଲ୍ଲୀରେ ସାଂସଦମାନଙ୍କ ପାଇଁ ସରକାରୀ ବାସଗୃହର ଉପଲବ୍ଧତା ଏବେ ବୃଦ୍ଧି ପାଇବ। ପ୍ରଧାନମନ୍ତ୍ରୀ ସମସ୍ତ ସାଂସଦଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଫ୍ଲାଟ ନିର୍ମାଣରେ ସାମିଲ ହୋଇଥିବା ଯନ୍ତ୍ରୀ ଏବଂ ଶ୍ରମଜୀବୀଙ୍କୁ ପ୍ରକଳ୍ପ ସମାପ୍ତ କରିବାରେ ସେମାନଙ୍କର ଉତ୍ସର୍ଗୀକୃତ ମନୋଭାବ ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କୁ ସାଂସଦ ମାନଙ୍କ ପାଇଁ ନୂତନ ଭାବେ ନିର୍ମାଣ କରାଯାଇଥିବା ଆବାସିକ କମ୍ପ୍ଲେକ୍ସରୁ ଏକ ନମୁନା ଫ୍ଲାଟ ପରିଦର୍ଶନ କରିବାର ସୁଯୋଗ ମିଳିଛି। ସେ ଉଲ୍ଲେଖ କରିଥିଲେ ଯେ, ସେ କେବେ କେମିତି ପୁରୁଣା ସାଂସଦ ବାସଗୃହ ଗୁଡ଼ିକର ଅବସ୍ଥା ଦେଖିବାକୁ ପାଇଛନ୍ତି। ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ ପୁରୁଣା ବାସଗୃହଗୁଡ଼ିକ ପ୍ରାୟତଃ ଅବହେଳାର ଶିକାର ହେଉଥିଲା ଏବଂ ଭଲ ଅବସ୍ଥାରେ ନଥିଲା। ସାଂସଦମାନେ ସେମାନଙ୍କର ପୂର୍ବ ବାସଗୃହଗୁଡ଼ିକର ଖରାପ ଅବସ୍ଥା ଯୋଗୁଁ ବାରମ୍ବାର ସାମନା କରୁଥିବା ଅସୁବିଧା ଉପରେ ସେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ନୂତନ ବାସଗୃହଗୁଡିକ ସାଂସଦମାନଙ୍କୁ ସେମାନଙ୍କର ନୂତନ ଘରକୁ ଯିବା ପରେ ଏଭଳି ଆହ୍ଵାନ ଗୁଡିକରୁ ମୁକ୍ତ କରିବ। ଯେତେବେଳେ ସାଂସଦମାନେ ବ୍ୟକ୍ତିଗତ ବାସଗୃହ ସମସ୍ୟାରୁ ମୁକ୍ତ ହେବେ, ସେମାନେ ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ଅଧିକ ପ୍ରଭାବଶାଳୀ ଭାବରେ ସେମାନଙ୍କର ସମୟ ଏବଂ ଶକ୍ତି ଉତ୍ସର୍ଗ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଦିଲ୍ଲୀରେ ପ୍ରଥମ ଥର ପାଇଁ ନିର୍ବାଚିତ ସାଂସଦମାନଙ୍କୁ ବାସଗୃହ ମିଳିବା ନେଇ ସେମାନେ ସାମନା କରୁଥିବା ଆହ୍ଵାନଗୁଡ଼ିକୁ ସ୍ୱୀକାର କରି ଶ୍ରୀ ମୋଦୀ କହିଛନ୍ତି ଯେ, ନବନିର୍ମିତ ଫ୍ଲାଟ୍ ଗୁଡିକ ଏହି ଅସୁବିଧାକୁ ଦୂର କରିବାରେ ସାହାଯ୍ୟ କରିବ। ସେ ସୂଚନା ଦେଇଥିଲେ ଯେ ୧୮୦ ରୁ ଅଧିକ ସାଂସଦ ଏହି ବହୁତଳ ବିଶିଷ୍ଟ କୋଠାରେ ଏକାଠି ରହିବେ ଏବଂ ସେ ମଧ୍ୟ ନୂତନ ଗୃହ ନିର୍ମାଣ ପଦକ୍ଷେପର ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ଦିଗକୁ ରେଖାଙ୍କିତ କରିଥିଲେ। କର୍ତ୍ତବ୍ୟ ଭବନର ଉଦଘାଟନକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଅନେକ ମନ୍ତ୍ରଣାଳୟ ଭଡା କୋଠାରୁ କାର୍ଯ୍ୟ କରୁଛନ୍ତି, ଯାହା ପାଇଁ ବାର୍ଷିକ ପ୍ରାୟ ୧୫୦୦ କୋଟି ଟଙ୍କା ଭଡା ବାବଦକୁ ଖର୍ଚ୍ଚ ହେଉଛି, ଯାହା ସାଧାରଣ ପାଣ୍ଠିର ସିଧାସଳଖ ଅପଚୟ ବୋଲି ସେ ବର୍ଣ୍ଣନା କରିଥିଲେ। ସେହିପରି, ସେ ଉଲ୍ଲେଖ କରିଥିଲେ ଯେ ପର୍ଯ୍ୟାପ୍ତ ସାଂସଦ ବାସଗୃହର ଅଭାବ ମଧ୍ୟ ସରକାରୀ ଖର୍ଚ୍ଚ ବୃଦ୍ଧି କରିଛି। ଶ୍ରୀ ମୋଦୀ ସୂଚାଇଥିଲେ ଯେ ସାଂସଦ ବାସଗୃହର ଅଭାବ ସତ୍ତ୍ୱେ, ୨୦୦୪ ରୁ ୧୦୧୪ ମଧ୍ୟରେ ଲୋକସଭା ସାଂସଦମାନଙ୍କ ପାଇଁ ଗୋଟିଏ ବି ନୂତନ ଗୃହ ନିର୍ମାଣ କରାଯାଇ ନଥିଲା। ସେ କହିଥିଲେ ଯେ ୨୦୧୪ ପରେ, ଆମ ସରକାର ଏହି କାର୍ଯ୍ୟକୁ ଏକ ମିଶନ ଭାବରେ ଗ୍ରହଣ କରିଥିଲେ ଏବଂ ନୂତନ ଭାବରେ ଉଦଘାଟିତ ଫ୍ଲାଟ ସମେତ ୨୦୧୪ ପରଠାରୁ ପ୍ରାୟ ୩୫୦ ସାଂସଦ ବାସଗୃହ ନିର୍ମାଣ କରାଯାଇଛି। ଏହି ବାସଗୃହଗୁଡ଼ିକ ସମ୍ପୂର୍ଣ୍ଣ ହେବା ସହିତ, ସାଧାରଣ ଲୋକଙ୍କ ଟଙ୍କା ଏବେ ସଞ୍ଚୟ ହେଉଛି ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ।

13 Comments
  1. price of androxal

    androxal usa price

    purchase androxal price south africa

  2. buy enclomiphene no prescription

    how to order enclomiphene buy dallas

  3. cheapest buy rifaximin generic mexico

    discount rifaximin generic efficacy

  4. canadian pharmacies without prescriptions xifaxan

    cheap xifaxan cheap new zealand

  5. purchase staxyn purchase australia

    purchase staxyn usa overnight delivery

  6. buying avodart australia to buy

    cheap avodart cheap pharmacy

  7. kamagra pharmacie en ligne au royaume-uni

    medicament kamagra pharmacie gratuit comprime acheter en ligne

  8. cheap dutasteride canada low cost

    online order dutasteride generic does it work

  9. purchase flexeril cyclobenzaprine uk how to get

    buy flexeril cyclobenzaprine with no rx

  10. buy fildena price from cvs

    Cheap fildena no script

  11. get gabapentin usa buying

    cheapest buy gabapentin cheap united states

  12. how to order itraconazole overnight no rx

    online order itraconazole generic germany

  13. objednávejte kamagra v chicago bez lékařského předpisu

    nejlevnější generické kamagra online

Comments are closed, but trackbacks and pingbacks are open.