ପୁଣି ଆତ୍ମହତ୍ୟା ଉଦ୍ୟମ, ଅର୍ଦ୍ଧଦଗ୍ଧ ନାବାଳିକାଙ୍କ ମୃତ

1,603

ବରଗଡ଼: ସୋମବାର ସକାଳେ ଜଣେ ୧୩ ବର୍ଷୀୟା ନାବାଳିକା ଘରଠାରୁ ଅନତିଦୂରରେ ରହିଥିବା ଖେଳପଡ଼ିଆ ମଝିରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗାଇସିଲେଟ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେଥିଲେ ତେବେ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ନାବାଳିକା ଜଣକ ନିଜ ମାମୁ ଘରେ ରହୁଥିବା ବେଳେ ତାଙ୍କ ବାପା ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିବା ସୂଚନା ମିଳିଛି। ବରଗଡ଼ ଦାୟିତ୍ୱରେ ଥିବା ବଲାଙ୍ଗୀର ଏସ୍‌ପି ଅଭିଳାଷ. ଜୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା କହିଛନ୍ତି ଭାରପ୍ରାପ୍ତ ଏସ୍‌ପି। ବରଗଡ଼ରୁ ସଙ୍କଟାପନ୍ନ ଅବସ୍ଥାରେ ବୁର୍ଲା ଅଣାଯାଇଥିଲା। ଫିରିଙ୍ଗିମାଳ ଗାଁରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲେ।

Comments are closed, but trackbacks and pingbacks are open.