ପୁରୁଣା ପେନସନ ଲାଗୁକରିବା ଦାବିରେ ସମସ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର

157

ଭୁବନେଶ୍ଵର: କେନ୍ଦ୍ର ସରକାର କର୍ମଚାରୀ ମାନଙ୍କ ନିମନ୍ତେ ୟୁନିଫାଏଡ ପେନସନ ସ୍କିମ ଘୋଷଣା କରିବା ପରେ ଦେଶ ତଥା ରାଜ୍ୟର ବିଭିନ୍ନ ବିଭାଗରେ କାର୍ଯ୍ୟରତ ୪ ଲକ୍ଷ କର୍ମଚାରୀ ମାନଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି। ଓଡିଶା ସରକାର ବିନା ଆଲୋଚନାରେ ଓଡ଼ିଶାରେ ୟୁନିଫାଏଡ଼ ପେନସନ ସ୍କିମ ଲାଗୁ କରିଥିବାରୁ ରାଜ୍ୟ ସରକାରୀ କର୍ମଚାରୀ ଆଜି ନିଜ ଜିଲ୍ଲାର ଜିଲ୍ଲପାଳ ମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ପୁରୁଣା ପେନସନ ଲାଗୁ କରିବା ନିମନ୍ତେ ଦାବିପତ୍ର ପ୍ରଦାନ କରିବେ। ଏଥିନିମନ୍ତେ ଏନ ଏମ ଓ ପି ଏସ ଓଡିଶା ରାଜ୍ୟ ସଭାପତି ବିଜୟ ମଲ୍ଲଙ୍କ ଅଧକ୍ଷତାରେ ଗତକାଲି ଏକ ଆଭାସୀ ବୈଠକ ମାଧ୍ୟମରେ ପୁରୁଣା ପେନସନ ଅଭିଯାନର ସମସ୍ତ ରାଜ୍ୟ କର୍ମକର୍ତ୍ତା, ବିଭିନ୍ନ ସଂଗଠନର ରାଜ୍ୟ ସଭାପତି, ସମ୍ପାଦକ, ଜିଲ୍ଲା ସଭାପତି, ସମ୍ପାଦକ ଏବଂ ସମସ୍ତ ସକ୍ରିୟ ଏନ ପି ଏସ କର୍ମଚାରୀ ଯୋଗଦେଇଥିଲେ ଏବଂ ନିଜ ନିଜ ମତ ରଖିଥିଲେ। ବୈଠକର ନିଷ୍ପତ୍ତି ଅନୁଯାୟୀ ଆଜି ସମସ୍ତ ଜିଲ୍ଲାରେ ଜିଲ୍ଲାପାଳ ମାନଙ୍କୁ ଦାବିପତ୍ର ପ୍ରଦାନ ସହିତ ସମସ୍ତ କର୍ମଚାରୀ ପୁରୁଣା ପେନସନ ହାସଲ କରିବା ପର୍ଯ୍ୟନ୍ତ ଏକ ହୋଇ କାମ କରିବା ସହିତ ତୃଣମୂଳ ସ୍ତରରେ କାର୍ଯ୍ୟ କରି ସଂଗଠନକୁ ସୁଦୃଢ କରି ଓଡ଼ିଶାରେ ପୁରୁଣା ପେନସନ ଲାଗୁ ପର୍ଯ୍ୟନ୍ତ ଲଢେଇ କରିବାକୁ ଶପଥ ନେଇଥିଲେ ବୋଲି ପୁରୁଣା ପେନସନ ଅଭିଯାନ ରାଜ୍ୟ ସଭାପତି ବିଜୟ ମଲ୍ଲ ,ପ୍ରଜ୍ୟୋତ୍ନ ବରାଳ,ଅଶ୍ବିନୀ ମିଶ୍,ପ୍ରଦୀପ ପ୍ରଧାନ ,ରାଜେଶ ମହାନ୍ତି,ବଙ୍କୀମ୍‌ ସାଗର, ଖଗେନ୍ଦ୍ର ପାଲ, ବିଭୂ ପ୍ରସାଦ ସାହୁ, ସୁଶାନ୍ତ ବେହେରା, ବିକ୍ରମ ରଥ, ଶ୍ରୀକାନ୍ତ ବାରିକ ,ରାମଲାଲ ପଟେଲ,ରଶ୍ମୀରଂଜନ ପାଢୀ, ଗୁରୁଗୋବିନ୍ଦ ଦଳାଇ, ରବିନ୍ଦ୍ର ପ୍ରଧାନ, ଶୁଭ୍ରଜିତ ପ୍ରତିହାରୀ, ରାଜେନ୍ଦ୍ର ମଲ୍ଲିକ, ଅନ୍ତର୍ଯ୍ୟାମୀ ଲେଙ୍କା,କ୍ଷୀତିଶ ପଣ୍ଡା, ପ୍ରଶାନ୍ତ ରାଉରାୟ, ସୁଧାଂଶୁ ପୁହାଣ,ଆଦିତ୍ୟ ନାରାୟଣ ସ୍ୱାଇଁ,ଶୁଚିସ୍ମିତା ଦାସ ,ଅନୀତା ବେହେରା,ଶିବ ଶଙ୍କର ସାହୁ ପ୍ରମୁଖ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଓଡିଶାର ସମସ୍ତ ସରକାରୀ କର୍ମଚାରୀ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀକୁ କର୍ମଚାରୀ ମାନଙ୍କ ନିମନ୍ତେ ଅବିକଳ ପୁରୁଣା ପେନସନ ଲାଗୁକରାଯିବାକୁ ଅନୁରୋଧ କରିଛନ୍ତି।

Comments are closed, but trackbacks and pingbacks are open.