ଆସନ୍ତା ଅଗଷ୍ଟ ୯ ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା

386

ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଆସିଲା ବଡ ଖବର। ତାହା ହେଲା ଯେ, ରାଜ୍ୟ ସରକାର ତୃତୀୟ କିସ୍ତି ପ୍ରଦାନ କରିବା ପାଇଁ ତାରିଖ ଘୋଷଣା କରିଛନ୍ତି। ତାହା ହେଲା ଯେଉଁମାନେ ଆଗର ଦୁଇ କିସ୍ତି ପାଇଛନ୍ତି ସେମାନଙ୍କୁ ତୃତୀୟ କିସ୍ତି ପ୍ରଦାନ କରାଯିବ। ଆସନ୍ତା ଅଗଷ୍ଟ ୯ ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ତୃତୀୟ କିସ୍ତି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରବାତୀ ପରିଡା ଘୋଷଣା କରିଛନ୍ତି। ସେହିପରି ଯେଉଁମାନଙ୍କର ବୟସ ୨୧ ବର୍ଷ ହୋଇଯାଇଥିବ ସେମାନେ ସୁଭଦ୍ରା ପୋର୍ଟାଲରେ ଆବେଦନ କରିପାରିବେ। ସେଥିପାଇଁ ଅଗଷ୍ଟ ୯ ତାରିଖ ତୃତୀୟ କିସ୍ତି ଦେବା ପରେ ଏହି ପୋର୍ଟାଲ ଖୋଲିବ। ଯେଉଁମାନେ ଆବେଦନ କରିବା କଥା ସେଥିରେ କରିପାରିବେ। ଏଥିସହିତ ସେ କହିଛନ୍ତି ଯେ, ଆବେଦନ କରି ବାଦ ପଡ଼ିଥିବା ୨ ଲକ୍ଷ ମହିଳାଙ୍କ ଆବେଦନ ଉପରେ ପୁଣି ସର୍ଭେ କରାଯାଇ ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ। ସେଥିପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ସେହିପରି ୯୩ ହଜାର ହିତାଧିକାରୀଙ୍କୁ ୬୦ ବର୍ଷ ହୋଇଥିବାରୁ ସାମାଜିକ ଓ ସୁରକ୍ଷା ବିଭାଗକୁ ତାଙ୍କ ତାଲିକା ପଠେଇ ଦିଆଯାଇଛି।

Comments are closed, but trackbacks and pingbacks are open.