ଆଉଟ୍‌ସୋର୍ସିଂ କର୍ମଚାରୀ ନିଯୁକ୍ତି ପାଇଁ ନେବାକୁ ହବ ଅର୍ଥବିଭାଗ ର ଅନୁମତି

78

ଭୁବନେଶ୍ୱର: ବିନା ଅନୁମତିରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇପାରିବ ନାହିଁ। ବିଭାଗୀୟ ସଚିବ ଶାଶ୍ବତ ମିଶ୍ର ଏ ସମ୍ପର୍କରେ ଚିଠି ଜରିଆ‌ରେ ସମସ୍ତ ବିଭାଗକୁ ସୂଚନା ଦେଇଛନ୍ତି। ଶ୍ରୀ ମିଶ୍ର ଜଣାଇଛନ୍ତି ଯେ ଆଉଟ୍‌ସୋର୍ସିଂ ଆଧାରରେ କର୍ମଚାରୀ ନିଯୁକ୍ତି କରିବା ଲାଗି ଅର୍ଥ ବିଭାଗଠାରୁ ଆଗୁଆ ଅନୁମତି ନେବା ବାଧ୍ୟତାମୂଳକ। କିନ୍ତୁ ଯଦି ପୂର୍ବରୁ ନିଯୁକ୍ତ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କର କେବଳ ନିଯୁକ୍ତି ନବୀକରଣ ଦରକାର‌ ହୁଏ ଏବଂ କର୍ମଚାରୀ ସଂଖ୍ୟାରେ କୌଣସି ବୃଦ୍ଧି ନହୁଏ, ତେବେ ଅର୍ଥ ବିଭାଗର ଆଗୁଆ ଅନୁମତି ଦରକାର ପଡ଼ିବ ନାହିଁ। କିନ୍ତୁ ନିଯୁକ୍ତ ଆଉଟ୍‌ସୋର୍ସିଂ କର୍ମଚାରୀ ସଂଖ୍ୟା ଯଦି ନବୀକରଣ ବେଳେ ବଢ଼ିବ ତେବେ ଅତିରିକ୍ତ କର୍ମଚାରୀଙ୍କ ପାଇଁ ଅର୍ଥ ବିଭାଗର ଅନୁମତି ଲୋଡ଼ିବାକୁ ହେବ।

ଅନ୍ୟପକ୍ଷରେ, କୌଣସି ନୂଆ କ୍ୟାଡର୍ ନିୟମ ପ୍ରସ୍ତୁତି କିମ୍ବା ସଂଶୋଧନ ପୂର୍ବରୁ ଅର୍ଥବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ଆଇନ ବିଭାଗର ଅନୁମତି ନେବାକୁ ମୁଖ୍ୟ ସଚିବ ମନୋଜ ଆହୁଜା ସବୁ ବିଭାଗକୁ କହିଛନ୍ତି।

Comments are closed, but trackbacks and pingbacks are open.