ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟ ପ୍ରେରଣାଦାୟୀ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୫ ।୭: ଜୀନବରେ କିଛି ହାସଲ କରିବା ପାଇଁ ସମ୍ବଳ ଅପେକ୍ଷା ଇଚ୍ଛାଶକ୍ତି ଅଧିକ ଗୁରୁତ୍ୱପୂର୍ଣ୍ଣ । ଜନହିତକର କାର୍ଯ୍ୟ କରିବାର ଲକ୍ଷ୍ୟ ନେଇ ଜଣେ ସାଧାରଣ ବ୍ୟକ୍ତି ମଧ୍ୟ ମହାନ କାର୍ଯ୍ୟ ହାସଲ କରିପାରିବେ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ କହିଛନ୍ତି । ଗତ ୫ ତାରିଖରେ ଛତିଶଗଡ଼ ନବନିର୍ବାଚିତ ଗ୍ରାମ ପଞ୍ଚାୟତ ପ୍ରତିନିଧିଙ୍କ ୩ଦିନିଆ ସରକାରୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ ସେ ଏହା ପ୍ରକାଶ କରିଥିଲେ । ଏହି ଅବସରରେ ସେ ଉଦାହରଣ ଦେଇ କହିଥିଲେ, ଯେଉଁ ପ୍ରେରଣାଦାୟକ ଲୋକଙ୍କର ଜନସେବା କାର୍ଯ୍ୟକୁ ସେ ନିକଟରୁ ଦେଖିବାର ସୁଯୋଗ ପାଇଛନ୍ତି, ସେମାନଙ୍କ ମଧ୍ୟରେ ରହିଛନ୍ତି ଡ ଅଚ୍ୟୁତ ସାମନ୍ତ ଏବଂ ନାନାଜୀ ଦେଶମୁଖ ।
ପିଲାଦିନରୁ ଦାରିଦ୍ର୍ୟରେ ବଢ଼ିଥିବା ଅଚ୍ୟୁତ ସାମନ୍ତ ଜୀବନସାରା ଲୋକଙ୍କ ସେବା କରିବାର ପ୍ରତିଜ୍ଞା ନେଇ ଭୁବନେଶ୍ୱରରେ ଏକ ବଡ଼ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିଲେ । ଏହି ଅନୁଷ୍ଠାନରେ ସେ ପ୍ରାୟ ୨୫ ହଜାର (ଏବେ ୪୦ ହଜାର) ଆଦିବାସୀ ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ କରୁଛନ୍ତି। ଏଥିରୁ ବୁଝାପଡ଼େ ଯେ, ଜଣେ ବ୍ୟକ୍ତିର ଇଚ୍ଛା ଶକ୍ତି ଥିଲେ ସମାଜରେ ବଡ଼ ପରିବର୍ତ୍ତନ ଆଣିପାରେ ବୋଲି ଶ୍ରୀ ସାଏ କହିଥିଲେ। ଏମାନେ ଆମ ପାଇଁ ପ୍ରେରଣାଦାୟୀ ବୋଲି ସେ କହିଥିଲେ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଜଣେ ବ୍ୟକ୍ତିଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି, ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ସାଏ ଶ୍ରୀ ସାମନ୍ତଙ୍କ କାର୍ଯ୍ୟର ପ୍ରଶଂସା କରିଥିବାରୁ ସେ ତାଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି । ଶ୍ରୀ ସାମନ୍ତ ନିଜ ପ୍ରତିକ୍ରିୟାରେ କହିଛନ୍ତି ମୋର ଅନୁପସ୍ଥିତିରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଏହି ବକ୍ତବ୍ୟ ମୋ ପାଇଁ ଶ୍ରେଷ୍ଠ ସମ୍ମାନ ।
Comments are closed, but trackbacks and pingbacks are open.