ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୩୦ ଦିନର ଅତିରିକ୍ତ ଛୁଟି ଦେବାକୁ ଘୋଷଣା କଲେ କେନ୍ଦ୍ର ସରକାର

131

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇ ସେମାନଙ୍କୁ ୩୦ ଦିନର ଅତିରିକ୍ତ ଛୁଟି ଦେବାକୁ ଘୋଷଣା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଗୁରୁବାର ଏହି ଛୁଟି ବିଷୟରେ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ସେବା ନିୟମ ଅନୁଯାୟୀ ୩୦ ଦିନର ଅର୍ଜିତ ଛୁଟି ମିଳିଥାଏ, ଯାହାକୁ ସେମାନେ ବ୍ୟକ୍ତିଗତ କାରଣରୁ ନେଇପାରିବେ। ସେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟସଭାକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ରୀୟ ସିଭିଲ୍ ସେବା (ଲିଭ୍) ନିୟମ ୧୯୭୨ ଅନୁଯାୟୀ, ଜଣେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପ୍ରତିବର୍ଷ ୩୦ ଦିନର ଅର୍ଜିତ ଛୁଟି, ୨୦ ଦିନର ଅଧା ବେତନ ଛୁଟି, ଆଠ ଦିନର ଆକସ୍ମିକ ଛୁଟି ଏବଂ ଦୁଇ ଦିନର ନିଷିଦ୍ଧ ଛୁଟି ମିଳିଥାଏ।

Comments are closed, but trackbacks and pingbacks are open.