ଭୁବନେଶ୍ବର: ଆଜି ଶ୍ରାବଣ କୃଷ୍ଣପକ୍ଷ ଅମାବାସ୍ୟା ଗୁରୁବାର। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କର ପବିତ୍ର ଚିତାଲାଗି ନୀତି ଅନୁଷ୍ଠିତ ହେବ। ପ୍ରଥମ ଭୋଗମଣ୍ଡପ ଭୋଗ ଶେଷହେବା ପରେ ଏହି ଗୁପ୍ତନୀତି ଅନୁଷ୍ଠିତ ହେବ। ଏହି କାର୍ଯ୍ୟ ଆପାତତଃ ଅପରାହ୍ନ ସାଢେ ୨ଟାରୁ ସନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବାରୁ ୪ ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed, but trackbacks and pingbacks are open.