ଭିଜିଲାନ୍ସ ଜାଲରେ ବିଏମସି ନିର୍ବାହୀ ଯନ୍ତ୍ରୀ

129

ଭୁବନେଶ୍ବର: ଆଜି ସକାଳୁ ଭିଜିଲାନ୍ସ ଅଧିକାରୀମାନେ ଭୁବନେଶ୍ବର ମହାନଗର ନିଗମର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ଚଢାଉ କରିଛନ୍ତି। ଏକକାଳୀନ ତାଙ୍କର ୪ଟି ସ୍ଥାନରେ ଏହି ଚଢାଉ ଚାଲିଛି। ତାଙ୍କର ଆୟବର୍ହିଭୂତ ସଂପତ୍ତି ଥିବା ଅଭିଯୋଗ ନେଇ ଏହି ଚଢାଉ କରାଯାଇଛି। ଉକ୍ତ ଚଢାଉରେ ୬ ଜଣ ଡିଏସପି, ୧୦ ଜଣ ଇନିସପେକ୍ଟର ଏବଂ ଅନ୍ୟ ସହାୟକ ଅଧିକାରୀମାନେ ସାମିଲ ହୋଇଛନ୍ତି। ଶ୍ରୀ ପଟ୍ଟନାୟକଙ୍କ ଭୁବନେଶ୍ଵର ବଡଗଡସ୍ଥିତ ତିନି ମହଲା ଘର, ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ତହସିଲ ଅନ୍ତର୍ଗତ ରଣପୁର ମୌଜାର ଫାର୍ମ ହାଉସ, ରାୟଗଡା ଜିଲ୍ଲା ଗୁଣୁପୁରରେ ତାଙ୍କର ପୌତ୍ରିକ ଘର ଏବଂ ବିଏମସି ଅଫିସରେ ଚଢାଉ ଚାଲିଛି। ଚଢାଉ ଜାରୀ ରହିଥିବାରୁ ଏ ପର୍ଯ୍ୟନ୍ତ ତାଙ୍କର ଆୟବର୍ହିଭୂତ ସଂପତ୍ତି ଆକଳନ କରାଯାଇ ନାହିଁ।

Comments are closed, but trackbacks and pingbacks are open.