ପିଲାଙ୍କୁ ଦିଆଯିବ ମ୍ୟାଲେରିଆ ଟିକା: ଅନୁମତି ଦେଲା ଡବ୍ଲୁଏଚ୍‌ଓ

29

ପ୍ରଥମ କରି ପିଲାମାନଙ୍କୁ ମ୍ୟାଲେରିଆ ବଟିକା ବଦଳ ରେ ଦିଆଯିବ ଟିକା । ଏହି ମ୍ୟାଲେରିଆ ଟିକାର ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ଅନୁମୋଦନ ଦେଇଛି । ସାରା ବିଶ୍ୱରେ ମଶା ଜନିତ ସଂକ୍ରମଣ ଯୋଗୁଁ ପ୍ରତିବର୍ଷ ୪ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ବିଶେଷ କରି ଆଫ୍ରିକାର ପିଲାମାନେ ଏହିରୋଗରେ ପ୍ରାଣ ହରାଇଥାନ୍ତି । ତେଣୁ ମ୍ୟାଲେରିଆ ଟିକା ଏହା ବିରୋଧରେ ସଞ୍ଜୀବନୀ ହେବ ବୋଲି କୁହାଯାଉଛି । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି । ଏହା ଛୋଟ ପିଲାଙ୍କ ପାଇଁ ବଡ ଖୁସି ଖବର । ମ୍ୟାଲେରିଆ ହେଲେ ଟାବଲେଟ୍‌ ଓ ଇଞ୍ଜେକ୍ସନ ଦିଆଯାଉଛି । ମ୍ୟାଲେରିଆ ନହେବା ପାଇଁ ଏହି ଟିଆ ଦିଆଯିବ । ଏହି ଟିକା ନେବା ଦ୍ୱାରା ଶିଶୁ ମୃତ୍ୟୁ ହାର ରୋକା ଯାଇପାରିବ ।

Leave A Reply

Your email address will not be published.