ଫୌଜା ସିଂହଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

330

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଫୌଜା ସିଂହଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ତାଙ୍କର ଅସାଧାରଣ ବ୍ୟକ୍ତିତ୍ୱ ଏବଂ ଦୃଢ଼ ମନୋଭାବ ଅନେକ ପିଢ଼ି ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲା। ପ୍ରଧାନମନ୍ତ୍ରୀ ତାଙ୍କୁ ଅବିଶ୍ୱସନୀୟ ଦୃଢ଼ତା ସହିତ ଏକ ଅସାଧାରଣ ଖେଳାଳି ଭାବରେ ପ୍ରଶଂସା କରିଛନ୍ତି।

ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି;

“ଫୌଜା ସିଂହ ନିଜର ଅନନ୍ୟ ବ୍ୟକ୍ତିତ୍ୱ ଏବଂ ଫିଟ୍‌ନେସ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଭାରତର ଯୁବପିଢ଼ିଙ୍କୁ ପ୍ରେରିତ କରିବାର ନିଜର ଢଙ୍ଗ ଯୋଗୁଁ ଅସାଧାରଣ ଥିଲେ। ସେ ଅବିଶ୍ୱସନୀୟ ଦୃଢ଼ ସଂକଳ୍ପ ସହିତ ଜଣେ ଅସାଧାରଣ ଖୋଳାଳି ଥିଲେ। ତାଙ୍କ ବିୟୋଗରେ ମୁଁ ମର୍ମାହତ। ତାଙ୍କ ପରିବାର ଏବଂ ସମଗ୍ର ବିଶ୍ୱରେ ତାଙ୍କର ଅଗଣିତ ପ୍ରଶଂସକଙ୍କ ସହିତ ମୋର ସମବେଦନା ରହିଛି।”

Comments are closed, but trackbacks and pingbacks are open.