ରାଜ୍ୟସଭା ପାଇଁ ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି

237

ନୂଆଦିଲ୍ଲୀ: ରାଜ୍ୟସଭା ପାଇଁ ୪ ଜଣଙ୍କୁ ମନୋନିତ କରିଛନ୍ତି ରାଷ୍ଟ୍ରପତି । ହାଇ-ପ୍ରୋଫାଇଲ ଆପରାଧିକ ମାମଲା ପରିଚାଳନା ପାଇଁ ଜଣାଶୁଣା ସରକାରୀ ଓକିଲ ଉଜ୍ଜ୍ୱଲ ଦେଓରାଓ ନିକମ, କେରଳର ଜଣେ ବରିଷ୍ଠ ସାମାଜିକ କର୍ମୀ ଏବଂ ଶିକ୍ଷାବିତ୍‌ ସି. ସଦାନନ୍ଦନ ମାଷ୍ଟେ, ଭାରତର ପୂର୍ବତନ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା, ଖ୍ୟାତନାମା ମୀନାକ୍ଷୀ ଜୈନଙ୍କୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୮୦(୧)(କ) ଏବଂ ଏହାର ଅନୁଚ୍ଛେଦ (୩) ଅନୁଯାୟୀ ରାଷ୍ଟ୍ରପତି ୪ ଜଣଙ୍କୁ ମନୋନିତ କରିଛନ୍ତି । ପୂର୍ବରୁ ମନୋନୀତ ସଦସ୍ୟଙ୍କ ଅବସର ଯୋଗୁ ଏହି ପଦବୀଗୁଡିକ ଫାଙ୍କା ଥିଲା । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Comments are closed, but trackbacks and pingbacks are open.