୧୮ ହଜାର କୋଟି ଟଙ୍କା ବିନିମୟ ରେ ଟାଟା ହାତକୁ ଗଲା ଏୟାର ଇଣ୍ଡିଆର ମାଲିକାନା

0 117

ଏୟାର ଇଣ୍ଡିଆକୁ ବିକ୍ରି କରିବା ପାଇଁ ସରକାର ଯେଉଁ ନିଲାମ ଡାକିଥିଲେ ସେଥିରେ ଟାଟା ସନ୍ସ ବାଜିମାତ କରିଛି। ବର୍ତ୍ତମାନ ଏୟାର ଇଣ୍ଡିଆର ନୂଆ ମାଲିକ ହେଲା ଟାଟା ଗ୍ରୁପ୍ ।ଏୟାର ଇଣ୍ଡିଆ ଉପରେ ୬୦ ହଜାରରୁ ଅଧିକ କୋଟିର ଋଣ ରହିଛି। ତଥାପି ଟାଟା ସନ୍ସ ଏହି ସରକାର ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ କିଣିଛି। ୧୮ ହଜାର କୋଟିରେ ଏୟାର ଇଣ୍ଡିଆର ନିଲାମି ଜିତି ନେଇଛି ଟାଟା ସନ୍ସ । ଏନେଇ ସରକାରଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଘୋଷଣା କରାଯାଇଛି । ଏୟାର ଇଣ୍ଡିଆର ନିଲାମରେ ଟାଟା ସନ୍ସ ସମେତ, ସ୍ପାଇସ୍ ଜେଟ୍ ମଧ୍ୟ ସାମିଲ ହୋଇଥିଲା । ସ୍ପାଇସ୍ ଜେଟ୍ ତରଫରୁ ୧୫ହଜାର କୋଟିର ନିଲାମ ଡକାଯାଇଥିଲା ।
ତେବେ ସର୍ବାଧିକ ୧୮ହଜାର କୋଟିର ନିଲାମ ଡାକି ଏୟାର ଇଣ୍ଡିଆକୁ କିଣି ନେଇଛି ଟାଟା ଗ୍ରୁପ୍ । ଏଥିସହିତ ୬୮ ବର୍ଷ ପରେ ଟାଟା ଗ୍ରୁପ୍ ହାତକୁ ପୁଣି ଆସି ଯାଇଛି ଏୟାର ଇଣ୍ଡିଆ । ଏୟାର ଇଣ୍ଡିଆର ଆରମ୍ଭ ୧୯୩୨ ମସିହାରେ ଟାଟା ଗ୍ରୁପ୍ ଦ୍ୱାରା କରାଯାଇଥିଲା । ୧୯୩୨ ଜେଆରଡି ଟାଟା, ଟାଟା ଏୟାରଲାଇନ୍ସର ସ୍ଥାପନ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିମାନ ସେବାକୁ ବନ୍ଦ କରି ଦିଆଯାଇଥିଲା ।
ଏହାପରେ ଯେତେବେଳେ ପୁଣିଥରେ ବିମାନ ଚଳାଚଳ ସ୍ୱାଭାବିକ ହେଲା ସେତେବେଳେ ଟାଟା ଏୟାରଲାଇନ୍ସକୁ ବଦଳାଯାଇ ଏୟାର ଇଣ୍ଡିଆରେ ପରିବର୍ତନ କରାଗଲା । ୨୯ ଜୁଲାଇ ୧୯୪୬ରେ ଏୟାର ଇଣ୍ଡିଆ ଲିମିଟେଡ୍ ଭାବେ ଜଣାଗଲା ଟାଟା । ଟାଟା ଏୟାର ଇଣ୍ଡିଆକୁ କିଣିଥିବାରୁ ଟାଟା ସନ୍ସର ଅଧ୍ୟକ୍ଷ ରତନ ଟାଟା ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି। ଦୀର୍ଘ ବର୍ଷ ପରେ ଟାଟା ପାଖକୁ ଏୟାର ଇଣ୍ଡିଆ ଫେରିଥିବାରୁ ସେ ଏୟାକୁ ସ୍ୱାଗତ ଜଣାଇଛନ୍ତି।

Leave A Reply

Your email address will not be published.