ଭାରତର ବିକାଶ ଏବଂ ଅର୍ଥନୈତିକ ଆହ୍ୱାନକୁ ନେଇ ସୋଆ ଆଇବିିସିଏସ୍ ପକ୍ଷରୁ ଏଫ୍ଡିପି ଆୟୋଜିତ
ଭୁବନେଶ୍ୱର, ଜୁଲାଇ ୯ : ବିଶ୍ୱର ୪ର୍ଥ ସର୍ବବୃହତ ଅର୍ଥନୈତିକ ଶକ୍ତି ଭାବେ ଭାରତ ଉଭା ହୋଇଥିବା ବେଳେ ଏହାର ଆନୁଷ୍ଠାନିକ ସ୍ଥିତିକୁ ସୁଦୃଢ଼ କରିବା ସହ ବିକଶିତ ଦେଶଗୁଡ଼ିକ ଅବଲମ୍ବନ କରୁଥିବା ଆନ୍ତର୍ଜାତିକ ମାନକୁ ଅନୁଶୀଳନ କରିବା ଆବଶ୍ୟକ ବୋଲି ଜଣେ ବିଶିଷ୍ଟ ବିଶେଷଜ୍ଞ କହିଛନ୍ତି ।
ଭାରତୀୟ ବଜାରର ସଫଳତା ସ୍ପଷ୍ଟ ବାରି ହୋଇପାରୁଥିବା ବେଳେ ଆମର ଆନୁଷ୍ଠାନିକ ସ୍ଥିତିକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ୍ ଇନ୍୍ଷ୍ଟିଚ୍ୟୁଟ୍ ଅଫ୍ ଫରେନ୍ ଟ୍ରେଡ (ଆଇଆଇଏଫ୍ଟି)ର ଅର୍ଥନୈତିକ ଶାଖାର ପ୍ରଫେସର ତଥା ମୁଖ୍ୟ ଡକ୍ଟର ବସନ୍ତ କୁମାର ସାହୁ କହିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍) ପକ୍ଷରୁ ଆୟୋଜିତ ଫ୍ୟାକଲ୍ଟି ଡେଭଲପମେଂଟ ପ୍ରୋଗ୍ରାମରେ ବକ୍ତବ୍ୟ ରଖିବା ଅବସରରେ ଏହା କହିଛନ୍ତି ପ୍ରଫେସର ସାହୁ ।
ଆଇବିସିଏସ୍ ପକ୍ଷରୁ ଆୟୋଜିତ ଏଫଡିପିର ଶୀର୍ଷକ ଥିଲା ‘ଭାରତର ବିକାଶ ଏବଂ ଅର୍ଥନୈତିକ ଆହ୍ୱାନ୍’ ।
କାର୍ଯ୍ୟକ୍ରମରେ ଆଇବିସିଏସ୍ର ଡିନ୍ ପ୍ରଫେସର ଅୟସ କାନ୍ତ ମହାନ୍ତି ଅଧ୍ୟକ୍ଷତା କରି ଉଚ୍ଚ ଶିକ୍ଷା ଅନୁଷ୍ଠାନଗୁଡ଼ିକର ଜାତୀୟ ସ୍ତରରେ ଅର୍ଥନୈତିକ ଆଲେଚନା ଏବଂ ନୀତି ସଚେତନତା ନିମନ୍ତେ ରହିଥିବା ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
କାର୍ଯ୍ୟକ୍ରମରେ ଆସୋସିଏଟ୍ ଡିନ୍ ପ୍ରଫେସର (ଡକ୍ଟର) ମନୋରଞ୍ଜନ ଦାଶ ବିଶ୍ୱର ୪ର୍ଥ ସର୍ବବୃହତ ଅର୍ଥନୀତି ଶକ୍ତି ଭାବେ ଭାରତ ଉଭା ହେବା ଏବଂ ଏ କ୍ଷେତ୍ରରେ ଅର୍ଥନୈତିକ ଆହ୍ୱାନ ସମ୍ପର୍କରେ ମତ ରଖିଥିଲେ ।
କାର୍ଯ୍ୟକ୍ରମକୁ ଆଇବିସିଏସ୍ର ଡକ୍ଟର ବିଭୁତି ଭୂଷଣ ମିଶ୍ର ଏବଂ ଡକ୍ତର ପ୍ରୀତି ୱାଇ ଷଡ଼ଙ୍ଗୀ ପରିଚାଳନା କରିଥିବା ବେଳେ ଡକ୍ଟର ଧ୍ରୁତି ସୁନ୍ଦର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed, but trackbacks and pingbacks are open.