ନୂତନ ଦଳର ଘୋଷଣା କରିବା ମାତ୍ରେ ୧୩ ଲକ୍ଷ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ହରାଇଲେ ମସ୍କ

208

ନୂଆଦିଲ୍ଲୀ: ଟେସଲା ଇନକର୍ପୋରେଟେଡର ସେୟାର ୬.୮ ପ୍ରତିଶତ ହ୍ରାସ ପାଇଛି। ଏହା କମ୍ପାନୀର ବଜାର ମୂଲ୍ୟରେ ୬୮ ବିଲିୟନ ଡଲାରରୁ ଅଧିକ ହ୍ରାସ ପାଇଛି। ମସ୍କ ‘ଆମେରିକା ପାର୍ଟି’ ନାମକ ଏକ ନୂତନ ରାଜନୈତିକ ଦଳ ଆରମ୍ଭ କରିବାର ଘୋଷଣା କରିବା ପରେ ଟେସଲାର ସେୟାରରେ ଏହି ହ୍ରାସ ରେକର୍ଡ କରାଯାଇଛି। ବ୍ଲୁମବର୍ଗ ବିଲିୟନିୟର୍ସ ଇଣ୍ଡେକ୍ସ ଅନୁଯାୟୀ, ଷ୍ଟକରେ ଦ୍ରୁତ ହ୍ରାସ ଯୋଗୁଁ ମସ୍କଙ୍କ ମୋଟ ନେଟ୍ ମୂଲ୍ୟ ୧୫.୩ ବିଲିୟନ ଡଲାର ହ୍ରାସ ପାଇଛି। ଜୁନ୍ ମାସରେ ‘ବିଗ୍ ବିୟୁଟିଫୁଲ୍ ବିଲ୍’ ଉପରେ ଟ୍ରମ୍ପଙ୍କ ସହ ସଂଘର୍ଷ ପରେ ଏହା ଟେସଲାର ସେୟାରରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ହ୍ରାସ। ଏହି କାରଣରୁ ଟେସଲାର ବଜାର ମୂଲ୍ୟ କେବଳ ଗୋଟିଏ ଦିନରେ ୧୫୦ ବିଲିୟନ ଡଲାର କ୍ଷତି ସହିଛି। ଟ୍ରମ୍ପଙ୍କ ଘନିଷ୍ଠ ବନ୍ଧୁ ଏବଂ ତାଙ୍କ ନିର୍ବାଚନ ପ୍ରଚାର ସମୟରେ ବିପୁଳ ଦାନ ପାଇଥିବା ମସ୍କ କହିଥିଲେ ଯେ, ସେ ରିପବ୍ଲିକାନ୍ ଖର୍ଚ୍ଚ ବିଲ୍ ବିରୋଧରେ ଆମେରିକାରେ ତାଙ୍କର ତୃତୀୟ ରାଜନୈତିକ ଦଳ ଗଠନ କରୁଛନ୍ତି। ମସ୍କ ସର୍ବଦା ଟ୍ରମ୍ପଙ୍କ ‘ବିଗ୍ ବିୟୁଟିଫୁଲ୍ ବିଲ୍’ର ବିରୋଧ କରିଆସିଛନ୍ତି। ପପଲାଲମସ୍କ କହିଛନ୍ତି ଯେ, ଏହା ଚାକିରି ନଷ୍ଟ କରିବ, ଉଦୀୟମାନ ଶିଳ୍ପଗୁଡ଼ିକ ବନ୍ଦ ହୋଇଯିବ। ଏହି ବିଲ୍ ଦେଶକୁ ଦେବାଳିଆ କରିବ। ‘ବିଗ୍ ବିୟୁଟିଫୁଲ୍ ବିଲ୍’ରେ ଭାରୀ ସରକାରୀ ଖର୍ଚ୍ଚ ଏବଂ ଟିକସ ହ୍ରାସ ଅନ୍ତର୍ଭୁକ୍ତ। ଏହି କାରଣରୁ, ଏହା ଆଗାମୀ ୧୦ ବର୍ଷ ମଧ୍ୟରେ ଆମେରିକାର ବଜେଟ୍ ନିଅଣ୍ଟକୁ ୩ ଟ୍ରିଲିୟନ ଡଲାରରୁ ଅଧିକ ବୃଦ୍ଧି କରିପାରେ ବୋଲି ଆକଳନ କରାଯାଇଛି। ୨୦୨୪ ନିର୍ବାଚନରେ ​​ମସ୍କ ଏବଂ ଟ୍ରମ୍ପ ଉଭୟ ପରସ୍ପରକୁ ପୂର୍ଣ୍ଣ ସମର୍ଥନ କରିଥିଲେ। ମସ୍କ ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର ପାଇଁ ପ୍ରାୟ ୨୫୦ ନିୟୁତ ଡଲାର ମଧ୍ୟ ଖର୍ଚ୍ଚ କରିଥିଲେ।

Comments are closed, but trackbacks and pingbacks are open.