ରାଜ୍ୟରେ ୫୮୨ ଆକ୍ରାନ୍ତ ଚିହ୍ନଟ , ୭ ମୃତ

33

ରାଜ୍ୟରେ ୨୪ ଘଂଟାରେ ୫୮୨ ନୂଆ ଆକ୍ରାନ୍ତ ଚିହ୍ନଟ । ସେଥିମଧ୍ୟରୁ ୮୩ଜଣ ହେଉଛନ୍ତି ୧୮ ବର୍ଷରୁ କଂ ବର୍ଗର । ଏମାନଙ୍କ ଭିତରୁ ୩୩୭ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୨୪୫ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଖୋର୍ଦ୍ଧାରୁ ୨୮୨ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ବାଲେଶ୍ୱରରୁ ୧୯ ଜଣ, ଭଦ୍ରକରୁ ୩ ଜଣ, ବରଗଡ଼ରୁ ୨ ଜଣ, ବଲାଙ୍ଗୀରରୁ ୩ ଜଣ, କଟକରୁ ୪୬ ଜଣ, ଦେବଗଡ଼ରୁ ୨ ଜଣ, ଢେଙ୍କାନାଳରୁ ୧ ଜଣ, ଗଞ୍ଜାମରୁ ୨ ଜଣ, ଜଗତସିଂହପୁରରୁ ୨୪ ଜଣ, ଯାଜପୁରରୁ ୧୩ ଜଣ, ଝାରସୁଗୁଡ଼ାରୁ ୧ ଜଣ, କେନ୍ଦ୍ରାପଡ଼ାରୁ ୪ ଜଣ, କେନ୍ଦୁଝରରୁ ୧ ଜଣ, ଖୋର୍ଦ୍ଧାରୁ ୨୦୧ ଜଣ, କୋରାପୁଟରୁ ୩ ଜଣ, ମୟୁରଭଞ୍ଜରୁ ୨୨ ଜଣ, ନୟାଗଡ଼ରୁ ୩ ଜଣ, ପୁରୀରୁ ୧୯ ଜଣ, ରାୟଗଡ଼ାରୁ ୩ ଜଣ, ସମ୍ୱଲପୁରରୁ ୧୮ ଜଣ, ସୁନ୍ଦରଗଡ଼ରୁ ୬ ଜଣ ଓ ଷ୍ଟେଟ ପୁଲରୁ ୬୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
୨୪ ଘଂଟାରେ ୪୨୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୯ ହଜାର ୯୯୪କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରେ ୧୦ ଲକ୍ଷ ୧୬ ହଜାର ୫୯୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ୧୧୩ ରହିଛି । ୨୪ ଘଂଟାରେ କରୋନାରେ ୭ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.