ବର୍ତ୍ତମାନ ମ୍ୟାଲେରିଆ ବଟିକା ବଦଳରେ ଟିକା

33

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଗତକାଲି ପ୍ରଥମ କରି ମ୍ୟାଲେରିଆ ଟିକାକୁ ଦେଇଛି ଅନୁମୋଦନ I ବର୍ତ୍ତମାନ ମ୍ୟାଲେରିଆ ବଟିକା ବଦଳରେ ଟିକା ଲାଗିବ I ମ୍ୟାଲେରିଆ ଭ୍ୟାକ୍ସିନ ‘ମୋସ୍କୁଇଟ୍ରିକ୍ସ’ /RTS, S/AS01 କୁ ସାର୍ବଜନୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି। ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ RTS,S/AS01 ମ୍ୟାଲେରିଆ ଟିକା ହେଉଛି ମଶା କାମୁଡ଼ିବା ଦ୍ୱାରା ବ୍ୟାପୁଥିବା ସଂକ୍ରମଣ ବିରୋଧରେ ବିଶ୍ୱର ପ୍ରଥମ ଟିକା। ବିଶ୍ୱର ମୋଟ ମ୍ୟାଲେରିଆ ଜନିତ ମୃତ୍ୟୁରୁ ପ୍ରାୟ ଅଧାରୁ ଅଧିକ ଘଟଣା ଆଫ୍ରିକା ଓ ନାଇଜେରିଆରେ ଦେଖିବାକୁ ମିଳୁଛି। ଜ୍ୱର, ମୁଣ୍ଡବିନ୍ଧା ଓ ମାଂସପେଶୀରେ ଯନ୍ତ୍ରଣା ହେଉଛି ମ୍ୟାଲେରିଆ ଭୂତାଣୁର ପ୍ରଥମ ଲକ୍ଷଣ। ସାରା ବିଶ୍ୱରେ ମଶା ଜନିତ ସଂକ୍ରମଣ ଯୋଗୁ ପ୍ରତିବର୍ଷ ୪ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ବିଶେଷ କରି ଆଫ୍ରିକାର ପିଲାମାନେ ଏହି ରୋଗରେ ପ୍ରାଣ ହରାଇଥାଆନ୍ତି। ତେଣୁ RTS,S/AS01 ମ୍ୟାଲେରିଆ ଟିକା ଏହା ବିରୋଧରେ ସର୍ବୋତ୍କୃଷ୍ଟ ସାବ୍ୟସ୍ତ ହେବ ବୋଲି କୁହାଯାଉଛି। ଏହାଦ୍ୱାରା ବହୁତ ଲୋକ ମ୍ୟାଲେରିଆ ଜନିତ ମୃତ୍ୟୁ ମୁଖରୁ ରକ୍ଷା ପାଇପାରିବେ।୨୦୧୯ରୁ ଘାନା, କେନିୟା ଓ ମାଲାୱିରେ ଟିକାର ୨ ନିୟୁତରୁ ଅଧିକ ଡୋଜ୍‌ ପିଲାମାନଙ୍କୁ ଦିଆଯାଇଥିଲା। ଏହି ପରୀକ୍ଷା ମୂଳକ ଟିକାକରଣରେ ସଫଳତା ମିଳିଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଅନୁମୋଦନ କରିଛି। ପ୍ରଥମେ ଜିଏସ୍‌କେ ଫାର୍ମାସ୍ୟୁଟିକାଲ କମ୍ପାନୀ ୧୯୮୭ରେ ଏହି ଟିକା ବାହାର କରିଥିଲା। କିନ୍ତୁ ଏଯାଏ ଏହାକୁ ଅନୁମୋଦନ ମିଳି ନଥିଲା । କିନ୍ତୁ ବର୍ତ୍ତମାନ ଏହାର ପ୍ରାୟୋଗିକ ପରୀକ୍ଷା ଓ ସମୀକ୍ଷାକରଣ ପରେ RTS,S/AS01 ମ୍ୟାଲେରିଆ ଟୀକାକୁ ବ୍ୟବହାର ଅନୁମତି ଦିଆଯାଇଛି। ପ୍ରତି ଦୁଇ ମିନିଟ୍‌ରେ ଜଣେ ଛୋଟ ପିଲା ମ୍ୟାଲେରିଆ ଯୋଗୁ ପ୍ରାଣ ହରାଉଛନ୍ତି I RTS,S/AS01 ମ୍ୟାଲେରିଆ ଟିକା ଦ୍ୱାରା ଜଣେ ପିଲା ଗୁରୁତର ହେବାରୁ ରକ୍ଷା ପାଇବ। ଗୁରୁତର ହେବା ହାରକୁ ଟିକା ପ୍ରାୟ ୩୦% ହ୍ରାସ କରିପାରିବ ବୋଲି ହୁ’ ପକ୍ଷରୁ କୁହାଯାଇଛି I

Leave A Reply

Your email address will not be published.